ରାଜ୍ୟ ସଭାରେ ତିନି ତଲାକ ବିଲ ପାସ୍

ନୂଆଦିଲ୍ଲୀ ,(ଯୁଗାବ୍ଦ ନ୍ୟୁଜ୍) : ମୋଦି ସରକାର ତିନି ତଲାକ ଭଳି କୁପ୍ରଥାର ଅନ୍ତ ଘଟାଇଛନ୍ତି । ଏହି ତିନି ତଲାକ କୁ ପ୍ରଥାର ପତନ ପାଇଁ ରାଜ୍ୟ ସଭାରେ ମଧ୍ୟ ଅନୁମୋଦନ ପାରିତ ହୋଇଯାଇଛି । ମୋଦି ସରକାରଙ୍କ ସମସ୍ତ ରାସ୍ତାରୁ କଣ୍ଟା ଦୁର ହୋଇଯାଇଛି । କେବଳ ରାଷ୍ଟ୍ରପତିଙ୍କ ଅନୁମୋଦନ ମୋହର ମିଳିଲା ପରେ ଏହା ଆଇନରେ ପରିଣତ ହୋଇଯିବ । ବହୁ ବାଦ ବିବାଦ ମଧ୍ୟରେ ରାଜ୍ୟ ସଭାରେ ଅନୁମୋଦନ ପାରିତ ହୋଇଯାଇଛି । ମୁସଲିମ୍ ମହିଳା ବିବାହ ସଂରକ୍ଷଣ ଆଇନ ବିଲ ସପକ୍ଷରେ ଉଚ୍ଚ ସଦନରେ ୯୯ ଭୋଟ ପଡିଥିବା ବେଳେ ୮୪ ସାଂସଦ ଏହା ବିରୋଧରେ ମତଦାନ କରିଥିଲେ ।କିଛି ଦଳ ତଥା ପିଡିପି ,ଜେଡିୟୁ ,ଏଆଇଡିଏମ୍କେ ଆଦି ଦଳ ଉପସ୍ଥିତ ନଥିଲେ । ମୋଦି ସରକାର ପ୍ରଥମଥର ଦାଇତ୍ୱ ତୁଲାଇବା ଦିନ ଠାରୁ ଏହି ପ୍ରୟାସ ଜାରୀ ରଖିଥିଲେ ।  ଏହା ରାଜ୍ୟ ସଭାରେ ଅଟକି ରହିଥିଲା ।  କିନ୍ତୁ ମଙ୍ଗଳବାର ରାଜ୍ୟ ସଭାରେ ମଧ୍ୟ ପାରିତ ହୋଇଯାଇଛି । କେବଳ ରାଷ୍ଟ୍ରପତିଙ୍କ ଅନୁମୋଦନ ବାକି ରହିଲ। ପୂର୍ବରୁ ୨୬ ତାରିଖରେ ଏହି ବିଲ ପାରିତ ହୋଇଥିବାବେଳେ ଆଜି ରାଜ୍ୟ ସଭ।ରେ ପାରିତ ହୋଇଯାଇଛି ।ଏହି ବିଲ୍ ଆଇନରେ ପରିଣତ ହେବା ପରେ ଅପରାଧି ମାନଙ୍କୁ ତିନି ବର୍ଷ ଜେଲ ଦଣ୍ଡ ଭୋଗ କରିବେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ