ପିଏନବି ଏଟିଏମ୍ ଭାଙ୍ଗିଲେ ଦୃବୁର୍ତ୍ତ: ୭ଦିନ ମଧ୍ୟରେ ୨ ଥର ଲୁଟ୍ ଉଦ୍ୟମ

ବନ୍ତ, (ଚାନ୍ଦିନୀ ମହାନ୍ତି) : ସୋମବାର ବିଳମ୍ବିତ ରାତ୍ରରେ ଭଦ୍ରକ-ଆନନ୍ଦପୁର ୫୩ନଂ. ରାଜ୍ୟ ରାଜପଥ ପାଶ୍ୱର୍ ତଥା ବନ୍ତ ଲକ୍ଷ୍ମୀ ବଜାରସ୍ଥିତ ପିଏନବି ଏଟିଏମକୁ ଦୃବୁର୍ତ୍ତ ମାନେ ଭାଙ୍ଗିବାକୁ ଉଦ୍ୟମ କରି ବିଫଳ ହୋଇଥିବା ଜଣାଯାଇଛି । ମଙ୍ଗଳବାର ବନ୍ତ ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ôଚ ଛାନ୍‌ଭିନ୍ନ ଜାରି ରଖିଛି । ପ୍ରକାଶ ଥାଉକି, ଗତ ୩୦ ତାରିଖ ରାତିରେ ଉକ୍ତ ବ୍ୟାଙ୍କ ଶାଖାର ପଛ ପାଖ ଝରକା ଗ୍ରୀଲ୍ ଭାଙ୍ଗି ଦୃବୁର୍ତ୍ତ ମାନେ ଭିତରକୁ ପଶି ଲୁଟ୍ ଉଦ୍ୟମ କରିଥିଲେ ମଧ୍ୟ ସେଥିରେ ବିଫଳ ହୋଇଥିଲେ । ସେହି ଲୁଟ୍ ଉଦ୍ୟମ ଘଟଣାରେ ୨ ଜଣ ଦୃବୁର୍ତ୍ତଙ୍କ ଫଟୋ ସିସିଟିଭିରେ ରେକଡିଂ ହୋଇଥିଲା । ଏହାକୁ ଆଧାର କରି ପୋଲିସ ତଦନ୍ତ ଜାରି ରଖିଥିବା ବେଳେ ଲୁଟେରା ମାନଙ୍କ କୌଣସି ଟେର ପାଇନଥିଲା । ଏପରିପେକ୍ଷୀରେ ସୋମବାର ରାତିରେ ପୁନର୍ବାର ଦୃବୁର୍ତ୍ତ ମାନେ ସେହି ବ୍ୟାଙ୍କର ଏଟିଏମ୍‌କୁ ଭାଙ୍ଗି ଲୁଟ୍ ଉଦ୍ୟମ କରିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟନ୍ୱିତ କରିଛି । ଉକ୍ତ ବ୍ୟାଙ୍କ ଉପରେ ଦୃବୁର୍ତ୍ତ ମାନଙ୍କ ଦୁଇ ଦୁଇ ଥର ଲୁଟ୍ ଉଦ୍ୟମ ଘଟଣା ପୋଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ