ହାଇଟେର୍କ ଅଙ୍ଗନ ୱାଡି

ନବରଙ୍ଗର-(ଯୁଗାବ୍ଦ ନ୍ୟୁଜ୍)ନୀତି ଆୟୋଗ ନିଜ ଅଫିସିଆଲ ଟ୍ୱିଟର ପେଜରେ ନବରଙ୍ଗପୁର ସ୍ୱତନ୍ତ୍ର ମଡେଲ୍ ଅଙ୍ଗନୱାଡି ନିର୍ମାଣ କୁ ପ୍ରଶାଂସା କରିଛନ୍ତି ।  ଟ୍ରେନ୍ ଭଳି ଦେଖାଯାଉଥିବା ଏହି ଅଙ୍ଗନ ୱାଡି କେନ୍ଦ୍ରସାରାଦେଶ ପାଇଁ ଏକ ଆଦର୍ଶ  ପାଲଟିଛି । ଏଠାରେ କୁନିକୁନି ପାଲାମାନଙ୍କ ଭବିଷ୍ୟତ ଗଢିବା ପାଇଁ ଜିଲ୍ଲା ପ୍ରଶାଲନର ଉଦ୍ୟମକୁ ତାରିବ କରିଛନ୍ତି ନୀତି ଆୟୋଗ । ଏହା କୁନିକୁନି ପାଲାମାନେ ମିଛିମିଛିକା ଟ୍ରେନ ମଜାନେବା ସହ, ସେମାନଙ୍କର ସୃଜନଶୀଳତାରେ ବୃଦ୍ଧି ଘଟିବ ବୋଲି ସେ ଆଶା ରଖିଛନ୍ତି । ସୂଚନା ଅନୁସାରେ   ନବରଙ୍ଗପୁରର ଝରିଗାଁ ବ୍ଲକ ଅଧିନରେ ଥିବା ଟ୍ରଟିଗୁଡ଼ା ଠାରେ ନିର୍ମାଣ କରାଯାଇଛି ଏହି  ଅଙ୍ଗନୱାଡି କେନ୍ଦ୍ର,  ଏବଂ ଏହି ମଡେଲ   ଅଙ୍ଗନ ୱାଡି କେନ୍ଦ୍ରର ନାମ ରଖାଯାଇଛି ଟ୍ରଟିଗୁଡ଼ା ଏକ୍ସପ୍ରେସ୍ ।  ଆଜିର ଶିଶୁ କାଲିର ଭବିଷ୍ୟତ କୁ ଆଖିଆଗରେ ରଖି ସରକାର ଆରମ୍ଭ କରିଥିଲେ ଏହି ମହତାଙ୍ଖୀଯୋଜନା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ