ଗଞ୍ଜାମ ଏନଏସି ରେ ୨ ପଜିଟିଭ ଆକ୍ରାନ୍ତ

ଗଞ୍ଜାମ, (ଓ୍ବାଇଏନ୍ଏସ୍):ଗଞ୍ଜମ ଏନଏସି ରେ ପଜିଟିଭ ଆକ୍ରାନ୍ତ ସଂଖ୍ୟା ଚାରିରେ ପହଞ୍ଚିଛି । ପୂର୍ବରୁ ପାଞ୍ଚନମ୍ବର ୱାର୍ଡ ରେ ଦୁଇ ଜଣ ଚିହ୍ନଟ ହୋଇଥିବା ବେଳେ , ଆଜି ୱାର୍ଡ ନମ୍ବର ୧୨ ରେ ଜଣେ, ୱାର୍ଡ ନମ୍ବର ରେ ପଜିଟିଭ ଚିହ୍ନଟ ହେବା ପରେ ସେମାନଙ୍କୁ କୋଭିଡ଼ି ମେଡ଼ିକାଲ ପଠାଯାଇଛି ।ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଅନ୍ୟପଟେ ପ୍ରଶାସନ ତରଫରୁ ଭୟଭୀତ ନ ହେବା ପାଇଁ ଲୋକଙ୍କୁ ସଚେତନତା କରାଯାଇଛି । ୱାର୍ଡ ନମ୍ବର ୫ ର ବିଜୁ ପଟ୍ଟନାୟକ ମାର୍ଗ, ଦଣ୍ଡାସି ସାହି, ମେଡ଼ିକାଲ କଲୋନି , ୱାର୍ଡ ନମ୍ବର ୩ ର ଆଖଡ ବନ୍ଦ ସାହି, ଦୁର୍ଗା ଦେବୀ ସାହି, ଦୁଇର ମଧ୍ୟଖଣ୍ଡ ସାହି, ୱାର୍ଡ ନମ୍ବର ଚାରୀର ରଘୁନାଥ ସାହିକୁ ନିଷେଧଆଞ୍ଚଳ ଘୋଷଣା କରାଯାଇ ସମସ୍ତ ରାସ୍ତାକୁ ସିଲ କରାଯାଇଛି ।ବଡବାଜ଼ାର ର ପୋଷ୍ଟଅଫିସ ଛକ ଠାରୁ ଭରତୀ ବିଦ୍ୟା ପୀଠ ପର୍ଯ୍ୟନ୍ତ ସମସ୍ତେ ଦୋକାନକୁ ବନ୍ଦ କରାଯାଇଛି ।ପଜିଟିଭ ଆକ୍ରାନ୍ତ ସହ ସଂସ୍ପର୍ଶରେ ଆସିଥିବା ଥିବା ବ୍ୟକ୍ତି ବିଷେଙ୍କୁ ହୋମ କରଣ୍ଟାଇନ ରେ ରଖା ଯାଇଛି । ଗଞ୍ଜମ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଭୁକଲ୍ୟାଣ ଦାସ, ତହସିଲଦାର ଅବନୀ କୁମାର ସାହୁ, ଗଞ୍ଜାମ ଆଇଆଇସି ଦିଲ୍ଲୀପ କୁମାର ସାହୁ ନିଷେଧଆଞ୍ଚଳ ୱାର୍ଡ ବୁଲି ତଦାରଖା କରୁଥିବା ଦେଖାଯାଇଛି ।ସେହିପରି ପାଞ୍ଚନମ୍ବର ୱାର୍ଡ ର ବଜାର ହରିଜନ ଅଙ୍ଗନବାଡ଼ି ଦିଦି ବବିତା ପଣ୍ଡା, କୋଭିଡ଼ି ସ୍ୱାସ୍ଥ୍ୟକର୍ମି ତପସ୍ପିନି ବେହେରା, ସହାୟକ ଶୈଳ ସତପଥୀ ଘର ଘର ବୁଲି ଲୋକଙ୍କୁ କରୋନା ଲକ୍ଷଣ ସମ୍ପର୍କରେ ରେ ସ୍କାନ କରିଥିବା ଦେଖାଯାଇଛି। ପୂର୍ବରୁ ଗଂଜାମ ଏନଏସି ରେ ପଜିଟିଭ ରେ ଆକ୍ରାନ୍ତ ହୋଇଥିବା ତିନିଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ଦେଖାଯାଇଛି । ସେହିପରି ଗଞ୍ଜମ ବ୍ଳକର ରାମଗଡ଼ ପାଞ୍ଚୟତ ର ଗଜପତି ନଗର ର ଜଣେ, ପାଲୁର ରୁ ଜଣେ ପଜେଟିଭ ଏବଂ ମଲାଡ଼ ପାଞ୍ଚୟତ ର କୁଶପଲ୍ଲୀ ଗ୍ରାମରୁ ଜଣେ ପଜିଟିଭ ଆକ୍ରାନ୍ତ ଙ୍କୁ କୋଭିଡ଼ି ମେଡିକେଲ ପଠାଯାଇଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ