ରିଷିଡା ତାରିଣୀ ପୀଠରେ ଯୁବକଙ୍କ ଆତ୍ମହତ୍ୟା

କର୍ଲ।ମୁଣ୍ଡା, (ଓ୍ବାଇଏନ୍ଏସ୍):କଳାହାଣ୍ଡି ଜିଲ୍ଲା କର୍ଲମୁଣ୍ଡା ବ୍ଲକ ରିଷିଡା ଫାଣ୍ଡି ରିଷିଡା ସ୍ଥିତ ତାରିଣୀ ପୀଠରେ ଜନୈକ ଯୁବକଙ୍କ ଝୁଲନ୍ତା ମୃତ ଦେହ କୁ ସ୍ଥାନୀୟ ପୋଲିସ ଉଦ୍ଧାର କରିଛି । ପ୍ରକାଶ ଯେ ରିଷିଡା ଗ୍ରାମର ସ୍ୱର୍ଗତ ଉମାକାନ୍ତ ରଣା ଙ୍କ କନିଷ୍ଟ ପୁତ୍ର ଯଶୋବନ୍ତ ରଣା (୨୨)ଗତ ରାତିରେ ଘରୁ ଖାଇ ସାରି ବାହାର କୁ ଯାଇ ଆଉ ଘରକୁ ଫେରି ନ ଥିଲେ ।ପରିବାର ଲୋକେ ରାତିରେ ଖୋଜା ଖୋଜି କରିଥିଲେ ମଧ୍ୟ ଯଶୋବନ୍ତ କୁ ପାଇନଥିଲେ । ଆଜି ସକାଳେ ତାରିଣୀ ପୀଠରେ ଯଶୋବନ୍ତ ର ଶବ ଝୁଲୁ ଥିବା ଦେଖି ମୃତ କ ଙ୍କ ବଡ ଭାଇ ରମେଶ ରଣା ରିଷିଡା ଫାଣ୍ଡି ରେ ଲିଖିତ ଭାବେ ଜଣେଇଥିଲେ । ଖବର ପାଇ ରିଷିଡାଫାଣ୍ଡି ଅଧିକାରୀ ଲବରାମ ଛତ୍ରୀଆ ସଦଳେ ବଳେ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିଥିଲେ । ପରେ ରାମପୁର ଥାନାର ସବ ଇନିସ୍ପେକ୍ଟର ଦାସିଆ ସେଠ ଓ ଭବାନୀପାଟଣା ରୁ ସାଇଣ୍ଟିଫିକ ଟିମ ପହଞ୍ଚି ମାଜିଷ୍ଟ୍ରେଟ ତଥା କର୍ଲ।ମୁଣ୍ଡା ତହସିଲଦାର ବାସନ୍ତି ସେଠୀ ଙ୍କ ଉପସ୍ଥିତିରେ ଶବ ଉଦ୍ଧାର କରାଯାଇ ପାଞ୍ଚନାମା କରା ଯିବା ସହିତ ଶବ ବ୍ୟବଚ୍ଛେଦ ପାଇଁ ମ.ରାମପୁର କୁ ପଠାଇଥିଲେ। ଏନେଇ ମ.ରାମପୁର ଥାନା ରେ ୟୁଡି କେଶ ନମ୍ବର ୧୨/୨୦୨୦ ରେ ମାମଲା ରୁଜୁ ହୋଇଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ