ବେଆଇନ ଭାବେ ଦିନ ରାତି ବୁହାଚାଲିଛି ମୋରମ
(ଯୁଗାବ୍ଦ ନ୍ୟୁଜ୍)-ଗଞ୍ଜାମ ଜିଲ୍ଲା କୁକୁଡାଖଣ୍ଡୀ ବ୍ଲକ ଅର୍ନ୍ତଗତ ବଘାଲଟି ପଞ୍ଚାୟତ ର ବାଘଲଟି ମୌଜାରେ ସରକାରୀ ଆଇନ୍ କାନ୍ କୁ ଫୁ କରି ବେଧଡକ ଚାଲିଛି ମୋରମ ଚୋରା ଚାଲାଣ ବିନା ସରକାରୀ ଅନୁମୋଦନରେ ଦିନରାତି ଜେସିବି, ଓ ଟିପର ମାଧ୍ୟମରେ ବୁହାଚାଲିଛି । ଏହା ଦ୍ବାରା ରାଜସ୍ବ ହାନୀ ହେବାସହ ଗାଁ ରାସ୍ତାରେ ଭାରିଯାନ ଯାତାୟତ ଫଳରେ ରାସ୍ତାଟି ନଷ୍ଟ ହେବାକୁ ବସିଲାଣି । ଏହା ଗ୍ରାମର ମୁଖ୍ୟ ରାସ୍ତା ହୋଇଥିବାରୁ ଗାଁ ଲୋକାମାନେ ଯିବାଆସିବାରେ ଘୋର ଅସୁବିଧାର ସମ୍ମୁଖୀନ ହୋଉଛନ୍ତି । ବିଶେଷ କରି ଛୋଟଛୋଟ ପିଲାମାନେ ଏହି ବାଟଦେଇ ଯିବାଆସିବା କରୁଥିବାରୁ ସୁରକ୍ଷା ମଣୁ ନାହାନ୍ତି ଅଭାବାବକମାନେ । ଏବଂ ତାହା ସହିତ ଯାତାୟତରେ ବାଧକ ସାଜିଛି ଟ୍ରାଫିକ ସମସ୍ୟା ଦିନରାତି ମୋରମ ଚାଲାଣ ଦ୍ବାରା ପରିବେଶ ପ୍ରଦୂଷିତ ହେଉଛି । ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଅଂଚଳ ବାସୀ । ଯଦି ଏହି ରାସ୍ତାଦେଇ ବେଆନ୍ ଭଗବେ ଚାଲୁଥୁବା ମୋରମ୍ ଚୋରାଚାଲଣ ଗାଡି ଗୁଡିକ ବନ୍ଦ କରାନଯାଏ ତାହେଲେ ଅଂଚଳ ବାସୀ ଆନ୍ଦୋଳନକୁ ଓହ୍ଲାଇବେ ବୋଲି କହିଛନ୍ତି । ସୂଚନା ଥାଉକି, ଉକ୍ତ ଅଂଚଳ ଟି କନିଷି ତହସିଲ ଠାରୁ ମାତ୍ରା କେତେ ହାତ ଦୂରରେ ଏଭଳି ବେଆନ୍ କାର୍ୟ୍ୟ ଚାଲୁଛି । ଆଶ୍ଚର୍ୟ୍ୟର କଥା ଏଭଳି ଏକ ସ୍ପର୍ଶକାତର ବିଷୟରେ ସୂଚନା ନାହିଁ ତହସିିଲ ପାଖରେ । ସରକାର ଏଥିପାଇଁ ଅନେକ ଆଇନ୍ କାନୁନ୍ ତିଆରି କରିଥିଲେ ମଧ୍ୟ ପ୍ରଶାସନ ଏଠି ନିରବଦ୍ରଷ୍ଟା ସାଜିବା ସାଧାରଣରେ ଘୋର ଅସନ୍ତୋସ ଦେଖାଦେଇଛି ।