ଇସ୍ତଫା ଦେଲେ ହକି ଇଣ୍ଡିଆ ସଭାପତି

ନୂଆଦିଲ୍ଲୀ: କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟର ହସ୍ତକ୍ଷେପ ପରେ ହକି ଇଣ୍ଡିଆ ସଭାପତି ପଦରୁ ମହମ୍ମଦ ମୁସ୍ତାକ ଅହମ୍ମଦ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଜାତୀୟ କ୍ରୀଡ଼ା କୋଡର କାର୍ଯ୍ୟକାଳ ଗାଇଡଲାଇନ ଅନୁସାରେ ସେ ନିର୍ବାଚନ ନିୟମ ଉଲ୍ଲଂଘନ କରିଥିବାରୁ ତାଙ୍କୁ କ୍ରୀଡ଼ା ମନ୍ତ୍ରଣାଳୟ ତୁରନ୍ତ ଇସ୍ତଫା ଦେବାକୁ ନିର୍ଦ୍ଦେଶ ଦେଇଥିଲା । ହକି ଇଣ୍ଡିଆ ପକ୍ଷରୁ ମୁସ୍ତାକଙ୍କ ଇସ୍ତଫା ପତ୍ର ଗ୍ରହଣ କରାଯାଇଛି ଏବଂ ନୂଆ କାର୍ଯ୍ୟକାରିଣୀ ବୈଠକରେ ମଣିପୁରର ଜ୍ଞାନେନ୍ଦ୍ର ନିଗମ୍ବାମଙ୍କୁ ନୂଆ ସଭାପତି ଦାୟିତ୍ୱ ପ୍ରଦାନ କରାଯାଇଛି । ସେ ହକି ଇଣ୍ଡିଆର ବରିଷ୍ଠ ଉପସଭାପତି ଥିଲେ । ହକି ଇଣ୍ଡିଆ ଜାରି କରାଯାଇଥିବା ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ଯେ, କାର୍ଯ୍ୟକାରିଣୀ ବୋର୍ଡ ଏବଂ ଜରୁରୀ କାର୍ଯ୍ୟକାରିଣୀ ବୋର୍ଡ ବୈଠକ ବସି ଜ୍ଞାନେନ୍ଦ୍ର ନିଗମ୍ବାମଙ୍କୁ (ଅଫିସର ପରିଚାଳନା) ସଭାପତି ଦାୟିତ୍ୱ ପ୍ରଦାନ କରାଯାଇଛି । ଗତ ୭ ତାରିଖରେ ମୁସ୍ତାକଙ୍କ ଇସ୍ତଫା ପତ୍ର ହକି ଇଣ୍ଡିଆର ହସ୍ତଗତ ହୋଇଥିଲା । ସେ ନିଜର ବ୍ୟକ୍ତିଗତ କାରଣ ଦର୍ଶାଇ ପଦରୁ ଇସ୍ତଫା ଦେଇଛନ୍ତି । ହକି ଇଣ୍ଡିଆ ଦ୍ୱାରା ଏହାକୁ ଗ୍ରହଣ କରାଯାଇଛି । ୨୦୧୮ ମୁସ୍ତାକ ହକି ଇଣ୍ଡିଆ ସଭାପତି ନିର୍ବାଚିତ ହୋଇଥିଲେ । ସେତେବେଳେ ଜାତୀୟ କ୍ରୀଡ଼ା କୋର୍ଡର କାର୍ଯ୍ୟକାଳ ଗାଇଡଲାଇନକୁ ଉଲ୍ଲଂଘନ କରିଥିଲେ । କ୍ରୀଡ଼ା ମନ୍ତ୍ରଣାଳୟ ଏ ବିଷୟରେ ଅବଗତ ହେବା ପରେ ତାଙ୍କୁ ତୁରନ୍ତ ପଦ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ