ଜନ୍ମଦିନକୁ ନିଆରା ଢଙ୍ଗରେ ପାଳନ କଲେ ଯୁବନେତା
ଯାଜପୁର, (ୱାଇଏନ୍ଏସ୍): ଯୁବନେତା ଶୁଭ୍ରାନ୍ତ ଶେଖର ଦୋରାଙ୍କ ଜନ୍ମଦିନ ଅବସରରେ ଆଜି ଯାଜପୁର ରୋଡ଼ ସ୍ଥିତ ବ୍ୟାସଶ୍ରୀ ଶିକ୍ଷାଶ୍ରମ ରେ ପହଞ୍ଚି ଅନାଥ ପିଲାମାନଙ୍କ ସହ କିଛି ମୁହୁର୍ତ ଖୁସି ବାଣ୍ଟିବା ସହ ସେମାନଙ୍କ ଗହଣରେ କେକ୍ କାଟି ମିଷ୍ଟାନ୍ନ ଏବଂ ମଧ୍ୟାହ୍ନ ଭୋଜନ ଦେଇଥିଲେ। ଉପସ୍ଥିତ ଥିଲେ ଯୁବନେତା ତଥା ବରିଷ୍ଠ ସମାଜସେବୀ ଦିଲ୍ଲିପ ଧିର ସାମନ୍ତ ଏହି କାର୍ଯ୍ୟକ୍ରମରେ ଲେଟ୍ସ ସ୍ମାଇଲ ସାମାଜିକ ସଙ୍ଗଠନ ପକ୍ଷରୁ ସହୋଯୋଗ କରାଯାଇଥିଲା। କାର୍ଯ୍ୟକ୍ରମରେ ଦିନେଶ ଦୋରା, ବିପ୍ରଯୋତି ଧିର,ବିଜେନ୍ଦ୍ର ଖଣ୍ଡାଇ, ଦେବବ୍ରତ ମହାପାତ୍ର,ବିଷ୍ଣୁ ବାରିକ,ସୈରଭ ବେହେରା,ମଣ୍ଟୁ ସା ଉପସ୍ଥିତ ରହି ସହଯୋଗ କରିଥିଲେ।