କୋଣାର୍କ ସାମ୍ବାଦିକ ସଂଘ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):କୋଣାର୍କ ସାମ୍ବାଦିକ ସଂଘ ପକ୍ଷରୁ ଵନ ମହୋତ୍ସବ ସପ୍ତାହ ପାଳନ ଅବସରରେ କୋଣାର୍କ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଏକ ଵୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ଅତିଥି ଭାବରେ କୋଣାର୍କ ଵନାଂଚଳ ଅଧିକାରୀ ଵେଣୁଧର ଵେହେରା, ସମାଜସେବୀ ରାଜେଶ ମହାନ୍ତି ଯୋଗଦେଇ ଵୃକ୍ଷରୋପଣ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମରେ କୋଣାର୍କ ସାମ୍ବାଦିକ ସଂଘ ର ସଂପାଦକ ମନୋରଞ୍ଜନ ପଣ୍ଡା, ସଭାପତି ଜ୍ଯୋତି ରାଜ ମହାନ୍ତି, ଉପସଭାପତି ଭାଗିରଥି ସ୍ଵାଇଁ, ସାମ୍ବାଦିକ ପ୍ରଦୀପ କୁମାର ଛାଟୋଇ, ସୁକାନ୍ତ କୁମାର ବିଶ୍ବାଳ, ଗଣେଣ ଚନ୍ଦ୍ର ବେହେରା, ପ୍ରମୋଦ ଗୋଛାୟତ ଓ ନିର୍ମଳ କୁମାର ପ୍ରଧାନ ପ୍ରମୁଖ ଯୋଗଦେଇ ମେଡିକାଲ ପରିସରରେ ଵିଭିନ୍ନ ଓଷଧିୟ ଵୃକ୍ଷରୋପଣ କରିଥିଲେ। ଗତ ଫନି ଓ ଅମ୍ପାନ ମହାବାତ୍ୟା ସମୟରେ ଧ୍ବଂସ ଵିଧ୍ଵସ୍ଥ ଵୃକ୍ଷରାଜି କୁ ସଵୁଜିମା ରେ ପରିଣତ କରିବା ପାଇଁ ସଂଘ ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜନ ଏକ ଅନନ୍ୟ ପଦକ୍ଷେପ ଵୋଲି ଵୁଧିଜୀଵି ମହଲ ରେ ଖୁସିର ଲହରୀ ଖେଳିଯାଇଛି। ଆଗାମୀ ଦିନରେ ନିୟମିତ ଭାବରେ ଵୃକ୍ଷରୋପଣ କାର୍ଯ୍ୟକ୍ରମ କରାଯିବ ବୋଲି ସଂଘର ସଭାପତି ଜ୍ଯୋତି ରାଜ ମହାନ୍ତି ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ