କର୍ମ·ରୀଙ୍କ ସାଂଗଠନିକ କର୍ମଶାଳା

କଟକ, (ଯୁଗାବ୍ଦ ନ୍ୟୁଜ୍) : ଓଡ଼ିଶା ରାଜ୍ୟ ସରକାରୀ କର୍ମ·ରୀ ସମନ୍ୱୟ ସମିତି ପକ୍ଷରୁ ଆୟୋଜିତ ‘ସାଂଗଠନିକ କର୍ମଶାଳା’ରେ ୬ ଦଫା ଦାବି ଉପରେ ରାଜ୍ୟସ୍ତରୀୟ ଆନ୍ଦୋଳନ ସେପ୍ଟେମ୍ବର ୨୪ ତାରିଖ ସଂଗଠିତ କରାଯିବାକୁ ନିଷ୍ପତ୍ତି ହୋଇଥିବା ବିଷୟ ସଂଗଠନର ସଭାପତି ଲିଙ୍ଗରାଜ ମହାନ୍ତି, କାର୍ଯ୍ୟକାରୀ ସଭାପତି ଶ୍ରୀମତୀ ସାହୁ, ସୁଦର୍ଶନ ପ୍ରଧାନ, ସାଧାରଣ ସମ୍ପାଦକ ନରୋତ୍ତମ ପାର୍ଥସାରଥୀ ଓ ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ନାୟକ ଏକ ପ୍ରେସ୍ ନୋଟ୍ରେ ପ୍ରକାଶ କରିଛନ୍ତି ।କଟକ ଯୋବ୍ରା ରୋଡ଼ସ୍ଥିତ ଏସ୍.ଏନ୍. ସରକାର ସ୍ମୃତିସଭା ଗୃହରେ ଲିଙ୍ଗରାଜ ମହାନ୍ତି, ଶ୍ରୀମତୀ ସାହୁ, ସୁଦର୍ଶନ ପ୍ରଧାନ, ପ୍ରଶାନ୍ତ କୁମାର ମହାନ୍ତି, ଶେଫାଳି ଦାସ, ଜ୍ୟୋତ୍ସ୍ନାମୟୀ ଦେଈ, ଆନ୍ନା ସୋରେଙ୍ଗ, ଇନିସେବା କାଣ୍ଡାଲୁନା, ଅରୁଣ କୁମାର ବଳିଆରସିଂ, ହୃଷିକେଶ ନାୟକ, ଶିବପ୍ରସାଦ ବେହେରା, କିଶୋର ଚନ୍ଦ୍ର ମିଶ୍ର, ସହସ୍ରନାମ ପାଠୀ, ମନୋଜ କୁମାର ପଣ୍ଡା ଓ ସୁଜିତ କୁମାର ନାୟକଙ୍କୁ ନେଇ ଗଠିତ ସଭାପତି ମଣ୍ଡଳୀ ଉକ୍ତ କର୍ମଶାଳାକୁ ପରି·ଳନା କରିଥିଲେ । ଓଡ଼ିଶାର ବିଶିଷ୍ଟ କର୍ମ·ରୀ ନେତା ଶ୍ରୀ ଦୁର୍ଗା ଚରଣ ନାୟକ କର୍ମଶାଳାକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ଶ୍ରୀ ଉଦୟନାଥ ମହାପାତ୍ର, ରବିନାରାୟଣ ମଲ୍ଲିକ ଓ ପ୍ରଫୁଲ୍ଲ କୁମାର ମହାପାତ୍ର ଯଥାକ୍ରମେ ମୁଖ୍ୟ ଅତିଥି ଓ ମୁଖ୍ୟ ବକ୍ତା, ସମ୍ମାନିତ ଅତିଥି ଭାବେ ଯୋଗଦେଇ ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାଗୁଡ଼ିକୁ ଲୋକଙ୍କ ନିକଟରେ ପହଞ୍ଚାଇବା ବେଳେ କର୍ମ·ରୀମାନେ ସମ୍ମୁଖୀନ ହେଉଥିବା ଅସୁବିଧାଗୁଡ଼ିକୁ ରାଜ୍ୟ ସରକାର ଜନସାଧାରଣ ତଥା କର୍ମ·ରୀଙ୍କ ସ୍ୱାର୍ଥରେ ସମାଧାନ କରିବା ଉପରେ ଅଗ୍ରାଧିକାର ଦେବାକୁ ନିବେଦନ କରିଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ