ଯୈାତୁକ ନିର୍ଯ୍ୟାତନା ଓ ଜୀବନସୁରକ୍ଷା ପାଇଁ ପୋଲିସର ଉଦାସୀନତା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ଯୈାତୁକ ନିର୍ଯ୍ୟାତନା ଓ ପରିବାରଜନଙ୍କ ଜୀବନ ସୁରକ୍ଷା ପାଇଁ ଡେରାବିଶି ଥାନା ପୋଲିସର ଉଦାସୀନତା ବିରୋଧରେ ୨ଶିଶୁ ସନ୍ତାନଙ୍କ ସହ ମହିଳାଙ୍କ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିବା ଦେଖିବାକୁ ମିଳିଛି । ଅଭିଯୋଗ ଅନୁଯାଇ ଡେରାବିଶି ଥାନା ଅନ୍ତର୍ଗତ ଜହଙ୍ଗର ଗ୍ରାମର ସୁଶାନ୍ତ କୁମାର ସାହୁଙ୍କ ପତ୍ନୀ ଶସ୍ମିତା ସାହୁ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି ଯେ ବିବାହର ଏକବର୍ଷ ପରେ ଶାଶୁ ,ଶଶୁର,ଦେଢସୁର ଓ ଯା ମିଶି ତାଙ୍କୁ ଯୈାତୁକ ନିର୍ଯ୍ୟାତନା ଦେବା ଆରମ୍ଭ କରିଦେଇଥିଲେ । ଏନେଇ ସେ ଡେରାବିଶି ଥାନାରେ ଅଭିଯୋଗ କରିବା ପରେ ଭଦ୍ରଲୋକଙ୍କ ଉପସ୍ଥିତିରେ ଲିଖିତ ରାଜିନାମା ଥାନାରେ ହୋଇଥିଲା ଯେ ତାଙ୍କ ସ୍ୱାମୀଙ୍କ ନାମରେ ଥିବା ଘରେ ସେ ରହିବେ ଓ ସେଠାକୁ ଶଶୁର ଘରର ଅନ୍ୟମାନେ ଯିବେ ନାହିଁ କି ତାଙ୍କ ସହ କୈାଣସି ଝାମେଲା କରିବେ ନାହିଁିଁ । କିନ୍ତୁ ଏହାପରେ ଶଶୁର ଘର ଲୋକେ ଶସ୍ମିତାଙ୍କ ଉପରେ ଆହୁରି ନିର୍ଯ୍ୟାତନା ଆରମ୍ଭ କରିବା ସହ ତାଙ୍କୁ ବିଷ ଦେଇ ମାରିଦେବାକୁ ଉଦ୍ୟମ କରିଥିବା ସେ ଥାନାରେ ଅଭିଯୋଗ କରିଥିଲେ । ଥାନା ପୋଲିସ କୈାଣସି ପଦକ୍ଷେପ ନନେବାରୁ ସେମାନେ ଶସ୍ମିତାଙ୍କୁ ଘରୁ ତଡିଦେବାକୁ ମଧ୍ୟ ପଛାଇନଥିଲେ । ଏସମ୍ପର୍କରେ ସେ ଡେରାବିଶି ଥାନାରେ ଲିଖିତ ଅଭିଯୋଗ କରି ମଧ୍ୟ କୈାଣସି ସୁଫଳ ପାଇନଥିଲେ । ସ୍ୱାମୀ ଓ ନିଜର ୨ଟି ଶିଶୁ ସନ୍ତାନଙ୍କ ସହ ବାଧ୍ୟହୋଇ ନିରାଶ୍ରୟ ଭାବରେ ବାହାରେ ଏକ ପଲା ଭିତରେ ରହୁଛନ୍ତି । ତେଣୁ ସେ ଡେରାବିଶି ଥାନା ପୋଲିସର ଉଦାସୀନତା ବିରୋଧରେ ପୂର୍ବରୁ ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଜଣାଇଥିବା ବେଳେ ଆଜି ତାଙ୍କ ଅଫିସ ସମ୍ମୁଖରେ ଧାରଣାରେ ବସିରହିଥିବା ଦେଖାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ