ଡଅଁର-ରେବ ପୋଲ ରାସ୍ତା ଶୋଚନୀୟ, ୫ବର୍ଷ ହେଲା ମରାମତିର ନାଁ ଧରୁନି ଆର.ଡି ବିଭାଗ

ହାଟଡିହି, (ଓ୍ବାଇଏନ୍ଏସ୍) : ହାଟଡିହି ବ୍ଲକ ଡଅଁର ଠ୭ : ହାଟଡିହି ବ୍ଲକ ଡଅଁର ଠାରୁ ରେବପୋଲ ପର୍ଯ୍ୟନ୍ତ ଯାଇଥିବା ଆର.ଡି ବିଭାଗ ରାସ୍ତାଟି ଏବେ ଶୋଚନୀୟ ହୋଇପଡିଛି । ବର୍ଷାଦିନ ଆରମ୍ଭ ହୋଇଯାଇଥିବାରୁ ଏହି ରାସ୍ତାଦେଇ ଯାତାୟତ କରିବା ସମ୍ଭବପର ହେଉ ନାହିଁ । ଏହି ରାସ୍ତାଟି ଉପରେ ଡଅଁର, ଚଷାଖଣ୍ଡ, ସରଳା, ମନୋହରପୁର, ସୋଲପଟା, ବଳଭଦ୍ରପୁର, ଶାଳଣିଆଁ, ଏଲକଣିଆ, ବିଷ୍ଣୁପୁର, ଜଳସରପୁର, ସାହାପୁର ଗେଡମା ଆଦି ଗ୍ରାମର ଲୋକମାନେ ଭଦ୍ରକ ଜିଲ୍ଲାର ବନ୍ତ ଯିବା ଉପରେ ନିର୍ଭର କରିଥାନ୍ତି । ଏ ଅଞ୍ଚଳର ଲୋକମାନେ ବନ୍ତ ବଜାର, ବନ୍ତ ଡାକ୍ତରଖାନା ଉପରେ ନିର୍ଭର କରୁଥିବାବେଳେ ଏହି ରାସ୍ତାଦେଇ ଗଲେ ମାତ୍ର ୭କିଲୋମିଟର ଦୁର ହୋଇଥାଏ । ଫଳରେ ହଜାର ହଜାର ଲୋକ ବନ୍ତ ଯିବାପାଇଁ ଏହି ଏକମାତ୍ର ରାସ୍ତା । ଏହି ରାସ୍ତାଟି ଅବହେଳିତ ହୋଇ ପଡି ରହିଥିବାବେଳେ ସ୍ଥାନୀୟ ଅଞ୍ଚଳବାସୀଙ୍କ ବହୁ ଦାବିପରେ ଏହି ରାସ୍ତାଟିକୁ ଆର.ଡି ବିଭାଗ ହାତକୁନେଇ ଗତ ୫ବର୍ଷ ତଳେ ୬୦ଲକ୍ଷଟଙ୍କା ବ୍ୟୟରେ ୩କିଲୋମିଟର ୮୦୦ମିଟର ରାସ୍ତାକୁ ଦୁଇ ଲେୟାର ମେଣ୍ଟାଲିଂ କରିବା ସହିତ ପିଚୁ ରାସ୍ତା ନିର୍ମାଣ କରିଥିଲା । ମାତ୍ର ଏହି ରାସ୍ତାଦେଇ ବାଲିବୋଝେଇ ଭାରିଯାନ ଚଳାଚଳ କରିବାରୁ ମାତ୍ର ଦିନ କେଇଟା ଭିତରେ ରାସ୍ତାଟି ପୁର୍ବାବସ୍ଥାକୁ ଫେରି ଆସିଥିଲା । ଏପରିକି ଆର.ଡି ବିଭାଗ ସେହିଦିନଠାରୁ ରାସ୍ତାକୁ ଆଉ ମରାମତି ନକରିବାରୁ ଏବେ ରାସ୍ତାଟି ସାରା ଖାଲଖମାରେ ପରିପୁର୍ଣ୍ଣ ହୋଇଯାଇ ଯାତାୟତ ଅନୁପଯୋଗୀ ହୋଇ ପଡିଛି । ଫଳରେ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଆର.ଡି. ବିଭାଗ ନିକଟରେ ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା ଅଭିଯୋଗ ହେଉଛି । ବିଭାଗୀୟ ଉଚ୍ଚ କର୍ତ୍ତୁପକ୍ଷ ଏôତପ୍ରତି ଦୃଷ୍ଟିଦେଇ ତୁରନ୍ତ ଏହି ରାସ୍ତାକୁ ନିର୍ମାଣ କରି ଯାତାୟତ ଉପଯୋଗୀ କରିବାକୁ ଜିଲ୍ଲାପରିଷଦ ସଦସ୍ୟା ପ୍ରଣତୀ ଦେଓ, ପୁର୍ବତନ ସମବାୟ ସମିତି ସଭାପତି ରଞ୍ଜନ ପହି, ଡଅଁର ସରପଞ୍ଚ ହିସି ହେମ୍ରମ, ସମିତିସଭ୍ୟ ଭାଷ୍କର ମୁଣ୍ଡା, ନାୟବ ସରପଞ୍ଚ ଦୁର୍ଯ୍ୟୋଧନ ଜେନା, ପ୍ରତାପ ଦେଓ, ମଦନ ସାନ୍ତାଳ, ମନୋଜ ବେହେରା, ଧ୍ରୁବ ଚରଣ ରାଉତ, ସୁଧିର ଜେନା, ଯଜାତି କେଶରୀ ରାଉତ, ନାରାୟଣ ଜେନା, ରମାକାନ୍ତ ପାତ୍ର, ପଚୁର୍ବତନ ସମିତିସଭ୍ୟ ରବିନ୍ଦ୍ର ସେଠୀ, ପୁର୍ବତନ ସରପଞ୍ଚ କନକଲତା ଦେଓ ପ୍ରମୁଖ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ