ଯାତ୍ରା କଳାକାରଙ୍କୁ ସହାୟତା ଯୋଗାଇ ଦେବାକୁ ଦାବି

ହାଟଡିହି, (ଓ୍ବାଇଏନ୍ଏସ୍) : କରେନା ମହାମାରୀ ସମୟରେ ଛୋଟ ଛୋଟ ଯାତ୍ରା ପାର୍ଟି ଗୁଡିକ ସେମାନଙ୍କର ମଞ୍ଚ ପ୍ରଦର୍ଶନ ବନ୍ଦ କରିବାଦେଇ ଥିବାରୁ ଯାତ୍ରା କଳାକାର ମାନେ ଦୁର୍ଦ୍ଦିନରେ କାଳାତିପାତ କରୁଛନ୍ତି । ଯାତ୍ରାପାଟିରେ ନିଜର କଳା ପ୍ରଦର୍ଶନ କରି ପରିବାର ଚଳାଉଥିବା ଏହି କଳାକାରମାନେ ଏବେ ନାନା ଅସୁବିଧାରେ କାଳାତିପାତ କରୁଛନ୍ତି । ଆନନ୍ଦପୁର ଉପଖଣ୍ଡରେ ଥିବା ଏହିପରି ଛୋଟଛୋଟ ଯାତ୍ରାପାର୍ଟିର କଳାକାର ମାନଙ୍କୁ ଆଜି ଭାରତୀୟ ଜନତା ପାର୍ଟି ପକ୍ଷରୁ ସହାୟତା ପ୍ରଦାନ କରାଯାଇଛି । ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଆଲୋକସେଠୀ, ଜ୍ଞାନରଞ୍ଜନ ସାମନ୍ତ ସିଂହାର, ସୁଶାନ୍ତ କୁମାର ଜେନା ପ୍ରମୁଖ ଉପସ୍ଥିତ ରହି ଏହି କଳାକାର ମାନଙ୍କୁ ଚାଉଳ, ଡାଲି, ଚୁଡା, ଚିନି, ସାବୁନ ଓ ଅତ୍ୟାବଶ୍ୟକୀୟ ସାମଗ୍ରୀ ପ୍ରଦାନ କରିଛନ୍ତି । ରାଜ୍ୟ ସରକାର କରୋନା ମହାମାରୀ ସମୟରେ ଅନ୍ୟମାନଙ୍କୁ ଯେପରି ସହାୟତାର ହାତ ବଢ଼ାଉଛନ୍ତି ସେହିପରି ଲକଡାଉନ ଓ ସର୍ଟଡାଉନ ସମୟରେ ଏମାନଙ୍କୁ ସହାୟତାର ହାତ ବଢ଼ାଇ ସେମାନଙ୍କ ପରିବାରଙ୍କ ମୁହଁରେ ଦାନା ଗଣ୍ଡିଏ ଯୋଗାଇ ଦେବାକୁ ଆଲୋକ ସେଠୀ ଜିଲ୍ଲା ପ୍ରଶାସନ ନିକଟରେ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ