କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀଙ୍କ ସହ ମଙ୍ଗଳବାର ଦିନ ଭିଡିଓ କନଫରେନ୍ରେ ଆଲୋଚନା କରିବେ କେନ୍ଦ୍ର କ୍ରୀଡାମନ୍ତ୍ରୀ

ନୂଆଦିଲ୍ଲୀ : ଦେଶରେ ତୃଣମୂଳସ୍ତରୀୟ କ୍ରୀଡ଼ାର ବିକାଶ, ନେହରୁ ଯୁବ କେନ୍ଦ୍ର ଏବଂ ଏନଏସଏସର କାର୍ଯ୍ୟକଳାପ ନେଇ କେନ୍ଦ୍ର କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ ଆସନ୍ତାକାଲି ମଙ୍ଗଳବାରଠାରୁ ଦୁଇଦିନ ଧରି ଭିଡିଓ କନଫରେନ୍ସ ଜରିଆରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀମାନଙ୍କ ସହ ଆଲୋଚନା କରିବେ । ଏ ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଦେଶ ବର୍ତ୍ତମାନ ଅନଲକର ଦ୍ଵିତୀୟ ପର୍ଯ୍ୟାୟରେ ଥିବା ବେଳେ କ୍ରୀଡା ଓ ଯୁବ ବ୍ୟାପାର ସମ୍ପର୍କରେ ଆଲୋଚନା ହେବା ଅପରିହାର୍ଯ୍ୟ । ଏହି ସମୟରେ କ୍ରୀଡା ଓ ଯୁବ ବ୍ୟାପାର ବିଭାଗ ଆକାଂକ୍ଷିତ ଲକ୍ଷ୍ୟ ହାସଲ ପାଇଁ ପ୍ରାୟାସ କରୁଛି । ବାହାରେ ତାଲିମ କାର୍ଯ୍ୟକ୍ରମ ବନ୍ଦ ଥିଲେ ମଧ୍ୟ ପ୍ରତ୍ୟେକ ସ୍ତରର କ୍ରୀଡାବିତ ଓ କୋଚମାନଙ୍କ ପାଇଁ ଅନଲାଇନ ତାଲିମ କାର୍ଯ୍ୟକ୍ରମ ଅବ୍ୟାହତ ରହିଛି । ସେହିପରି ଆମ ନେହରୁ ଯୁବକେନ୍ଦ୍ର ଓ ଏନଏସଏସର ସ୍ଵେଚ୍ଛାସେବୀମାନେ ଜିଲ୍ଲା ପ୍ରଶାସନ ସହ ମିଶି କରୋନା ମୁକାବିଲା କ୍ଷେତ୍ରରେ ସହାୟତା କରୁଛନ୍ତି । ପ୍ରାୟ ୭୫ ଲକ୍ଷ୍ୟ ସ୍ଵେଚ୍ଛାସେବୀ ମାସ୍କ ବିତରଣ, ବୟସ୍କମାନଙ୍କୁ ସାହାଯ୍ୟ ସହ କରୋନା ସଂକ୍ରମଣ ରୋକିବା ଦିଗରେ ସଚେତନତା ସୃଷ୍ଟି କରୁଛନ୍ତି । ବୈଠକରେ କରୋନା ସମ୍ପର୍କରେ ସଚେତନତା ସହ ରାଜ୍ୟସ୍ତରରେ କ୍ରୀଡ଼ାର ବିକାଶ ନେଇ ଆଲୋଚନା କରାଯିବ । ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଜିଲ୍ଲା ଓ ବ୍ଲକସ୍ତରରୁ କିଭଳି କ୍ରୀଡା ପ୍ରତିଭାମାନଙ୍କୁ ଲୋକଲୋଚନକୁ ଅଣାଯିବ, ସେ ସମ୍ପର୍କରେ ମଧ୍ୟ ଆଲୋଚନା ହେବ । ଏହାଛଡା ଚଳିତ ବର୍ଷ ଶେଷ ଓ ନୂତନ ବର୍ଷର ଆରମ୍ଭରେ ଖେଲୋ ଇଣ୍ଡିଆ ଯୋଜନା ସମ୍ପର୍କରେ ମଧ୍ୟ ଆଲୋଚନା ହେବ । ୨୦୧୮ ଅଲିମ୍ପିକରେ ବିଶ୍ଵର ଶ୍ରେଷ୍ଠ ୧୦ଟି ଦେଶ ମଧ୍ୟରେ ଆସିବା ପାଇଁ ଥିବା ଆମର ସ୍ଵପ୍ନକୁ ସାକାର କରିବାକୁ ହେଲେ ତୃଣମୂଳସ୍ତରରେ ଆମର କ୍ରୀଡା ଭିତ୍ତିଭୂମିକୁ ସୁଦୃଢ କରିବାକୁ ପଡିବ । କ୍ରୀଡା ମନ୍ତ୍ରଣାଳୟ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଖେଲୋ ଇଣ୍ଡିଆ ରାଜ୍ୟ ଉତ୍କର୍ଷ କେନ୍ଦ୍ର କେଆଇଏସସିଇ ସ୍ଥାପନ କରିବାକୁ ନିଷ୍ପତ୍ତି ନେଇଛି । ଜିଲ୍ଲା ସ୍ତରରେ ୧୦୦୦ଟି ଖେଲୋ ଇଣ୍ଡିଆ କେଆଇସି କେନ୍ଦ୍ର ମଧ୍ୟ ସ୍ଥାପନ କରାଯିବ । ଅଲିମ୍ପିକରେ ଖେଳା ଯାଉଥିବା ୧୪ଟି କ୍ରୀଡା ଓ ପାରମ୍ପରିକ ଖେଳ ପାଇଁ ଏହି କେନ୍ଦ୍ରଗୁଡ଼ିକ ଜରିଆରେ ପ୍ରତିଭା ଚିହ୍ନଟ ହେବ । ଏହାଛଡା ସରକାର ନିର୍ଣ୍ଣୟ ନେଇଥିବା ଗୋଟିଏ ରାଜ୍ୟ ଗୋଟିଏ କ୍ରୀଡା ନୀତି ସମ୍ପର୍କରେ ମଧ୍ୟ ବୈଠକରେ ଆଲୋଚନା କରାଯିବ । ବିଭିନ୍ନ ରାଜ୍ୟଗୁଡିକ ସହିତ ଆଲୋଚନା କରାଯାଇ ଭାରତକୁ କିପରି କ୍ରୀଡା ଜଗତରେ ମହାଶକ୍ତି କରାଯିବ ସେଥିପାଇଁ ରୋଡମ୍ୟାପ ପ୍ରସ୍ତୁତ କରାଯିବ ବୋଲି କହିଛନ୍ତି । ଏହି ଦୁଇଦିନିଆ ସମ୍ମିଳନୀ ଲାଗି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ଦୁଇଟି ଗ୍ରୁପରେ ବିଭକ୍ତ କରାଯାଇଛି । ଦୁଇଦିନଧରି ଅନୁଷ୍ଠିତ ହେବାକୁ ଥିବା ଏହି ସମ୍ମିଳନୀରେ ଯେଉଁ ରାଜ୍ୟ ଯେଉଁ ଦିନ ଅଂଶଗ୍ରହଣ କରିବାକୁ ଥିବ ସେମାନେ ସେହିଦିନ ବକ୍ତବ୍ୟ ରଖିବେ ।

Share

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ
   କେ.ନୂଆଗାଁ ଥାନା ସମ୍ମୁଖରେ ଦଳୀୟ କର୍ମୀଙ୍କ ଧାରଣା ମଦ ଜବତ ; ଜେଲ ଗଲେ ୪ ଅଭିଯୁକ୍ତ ୱାରେଣ୍ଟିଙ୍କୁ କୋର୍ଟ ଚାଲାଣ କରୋନା ସଂକ୍ରମଣରେ ଅଙ୍ଗନୱାଡ଼ି କର୍ମୀଙ୍କ ମୃତ୍ୟୁ ବୁଗୁଡା ପାଞ୍ଚାୟତ ସମିତିର ନବମ ସାଧାରଣ ବୈଠକ
error: Content is protected !!