୬ଜଣ କରୋନା ସଂକ୍ରମିତ ଚି଼ହ୍ନଟ ପରେ ଟିକାବାଲି କଣ୍ଟେନମେଣ୍ଟ ଜୋନ ଘୋଷିତ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ) : ପୁଣି କନ୍ଧମାଳ ଜିଲ୍ଲାରେ ୫ ଜଣ ସ୍ଥାନୀୟ ବ୍ୟକ୍ତିଙ୍କ ସମେତ ୬ ଜଣ କରୋନା ସଂକ୍ରମିତ ହୋଇଛନ୍ତି। ସେମାନଙ୍କ ବୟସ ୧୦ରୁ ୫୩ ବର୍ଷ ମଧ୍ୟରେ ରହିଛି। ସେମାନଙ୍କୁ ଫୁଲବାଣୀ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସଂକ୍ରମିତ ଘୋଷଣା ହୋଇଥିବା ୬ଜଣଙ୍କ ମଧ୍ୟରୁ ୫ ଜଣ ଟିକାବାଲି ଅଞ୍ଚଳର ହୋଇଥିବାବେଳେ ଜଣେ କୋଭିଡ୍ ହସ୍ପିଟାଲରୁ ଚିହ୍ନଟ ହୋଇଛନ୍ତି। ଟିକାବାଲିରେ ୫ କରୋନା ସଂକ୍ରମିତ ଚିହ୍ନଟ ପରେ ଜିଲ୍ଲା ପ୍ରଶାସନ ଟିକାବାଲିର ସମସ୍ତ ୧୭ ସାହିକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। ସେହିପରି ଟିକାବାଲି ସଂଲଗ୍ନ ୧୦ଟି ଗ୍ରାମକୁ ବଫରଜୋନ୍ ଭାବେ ଘୋଷଣା କରାଯାଇଛି। କେବଳ ଜରୁରୀ ସ୍ୱାସ୍ଥ୍ୟ ସେବା, ପ୍ରଶାସନ ଅନୁମତି ପ୍ରାପ୍ତ ଔଷଧ ଦୋକାନ ଓ ଅତ୍ୟାବଶ୍ୟକ ଦୋକାନ ଛାଡି ଦେଳେ ଅନ୍ୟ ସମସ୍ତ ଦୋକାନ ବଜାର, ଗାଡି ଚଳାଚଳ, ସମସ୍ତ ସରକାରୀ ଏବଂ ବେସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ। ତେବେ ସ୍ଥାନୀୟ ୫ ଜଣ ଚିହ୍ନଟ ପରେ ଆଜି ସ୍ୱାସ୍ଥ୍ୟ ବିଭାଗ , ଅଙ୍ଗନୱାଡ଼ି କର୍ମୀ , ଆଶା କର୍ମୀମାନେ ଘରକୁ ଘର ବୁଲି ସ୍ୱାସ୍ଥ୍ୟଗତ ତଥ୍ୟ ସଂଗ୍ରହ ଆରମ୍ଭ କରିବା ସହିତ ଉକ୍ତ ୫ ଜଣଙ୍କ ସଂସ୍ପର୍ଶରେ ଆସିଛନ୍ତି ସେନେଇ ତଥ୍ୟ ସଂଗ୍ରହ ଆରମ୍ଭ ହୋଇଥିବା ପ୍ରକାଶ। ଆଜି ଚିହ୍ନଟ ୬ଜଣଙ୍କୁ ମିଶାଇ ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ୧୯୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୧୮୯ ଜଣ ସୁସ୍ଥହୋଇ ଘରକୁ ଫେରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ