ସାତ ଦିନ ପାଇଁ ସଟଡ଼ାଉନ ଘୋଷଣା କଲେ ଗୋବିନ୍ଦନଗର ସରପଞ୍ଚ

ଚିକିଟି, (କୁରେଶୁ ସାହୁ): ଦିନକୁ ଦିନ କରନା ତାର କାୟା ବିସ୍ତାର କରିବାରେ ଲାଗିଛି।ଚିକିଟି ବ୍ଲକ ର ବିଭିନ୍ନ ସ୍ଥାନରେ ପ୍ରତିଦିନ ପଜିଟିଭ ଚିନ୍ହଟ ହେଉଛନ୍ତି।କେତେକ ପଞ୍ଚାୟତ ର ଗ୍ରାମ ଗୁଡିକରେ ସଟଡାଉନ ଜାରି ରହିଥିବା ବେଳେ ଆଜି ଚିକିଟି ବ୍ଲକ ର ଗୋବିନ୍ଦ ନଗର କୁ ସଟ ଡାଉନ ଘୋଷଣା କରିଛନ୍ତି ସରପଞ୍ଚ ଜିତେନ୍ଦ୍ର ସେଠୀ। ଜଣେ ଓଟ ଚାଳକ ଓ ଅନ୍ୟ ଜଣେ କରନା ଯୋଦ୍ଧା (ଆଶା କର୍ମୀ)ଦୁହିଙ୍କ ପଜିଟିଭ ଚିନ୍ହଟ ହେବା ପରେ ସରପଞ୍ଚ ଜିତେନ୍ଦ୍ର ସେଠି, ତହସିଲ ଦାର ହରପ୍ରସାଦ ଭୋଇ ଙ୍କ ଉପସ୍ଥିତି ରେ ଗ୍ରାମର ଉଭୟ ରାସ୍ତା କୁ ସିଲ କରିଛନ୍ତି। ଲୋକଙ୍କ ଅତ୍ୟାଵଶ୍ୟକ ସାମଗ୍ରୀ ଯୋଗାଣ ସହ ସାନିଟାଇଜ,ଥର୍ମାଲ ଟେଷ୍ଟ,କଣ୍ଟାକ୍ଟ ଟ୍ରେସିଂ ପାଇଁ ସରପଞ୍ଚ ଜିତେନ୍ଦ୍ର ସେଠୀ ପ୍ରଶାସନ କୁ ଜଣାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ