ପାଇଲଟଙ୍କୁ ବୁଝାଉଛନ୍ତି ରାହୁଲ, ସୋନିଆ

ନୂଆଦିଲ୍ଲୀ: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ଲାଗି ସମସ୍ୟା ସାଜିଛନ୍ତି ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ୍। ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ପାଇଲଟ୍‌ଙ୍କୁ ବୁଝାଇବାକୁ ପ୍ରୟାସ ଜାରି ରଖିଛନ୍ତି। ରାଜସ୍ଥାନର ଅଶୋକ ଗେହଲଟ୍‌ ସରକାରଙ୍କ ନିକଟରେ ସଂଖ୍ୟାଗରିଷ୍ଠତା ନାହିଁ। ମୁଖ୍ୟମନ୍ତ୍ରୀଙ୍କ ବାସଭବନ ପଛପଟ ବଗିଚାରେ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦିଆଯାଏନା। ଯଦି ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବାର ଅଛି ତେବେ ରାଜଭବନରେ ଯାଇ ପ୍ରମାଣ ଦିଅ ବୋଲି ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ୍‌ଙ୍କ ସମର୍ଥକମାନେ କହିଛନ୍ତି। ଯଦି ଗେହଲଟ୍‌ଙ୍କ ପାଖରେ ସଂଖ୍ୟା ଅଛି ତେବେ ବିଧାୟକମାନଙ୍କୁ ବୈଠକ ପରେ ରାଜଭବନ ନନେଇ ହୋଟେଲ୍‌କୁ କାହିଁକି ନିଆଗଲା ବୋଲି ପ୍ରଶ୍ନ କରାଯାଇଛି। ପାଇଲଟ୍‌ଙ୍କ ଘନିଷ୍ଠଙ୍କ ସୂତ୍ରରୁ ଏହା ଜଣାପଡ଼ିଛି ଯେ ସେ ବିଜେପିରେ ଯୋଗ ଦେଉନାହାନ୍ତି। ଅନ୍ୟପଟେ କଂଗ୍ରେସର ଜଣେ ନେତା କହିଛନ୍ତି, ପାଇଲଟ୍‌ ସିଧାସଳଖ ଗାନ୍ଧୀ ପରିବାରର କାହା ସହ କଥା ହୋଇନାହାନ୍ତି। କିନ୍ତୁ ବିଭିନ୍ନ ମାଧ୍ୟମରେ ସେମାନଙ୍କ ମଧ୍ୟରେ ଯୋଗଯୋଗ ଜାରି ରହିଛି। ରାହୁଲ ଗାନ୍ଧୀ ଏବଂ ସୋନିଆ ଗାନ୍ଧୀ ଏଯାବତ୍‌ ପାଇଲଟ୍‌ଙ୍କୁ ଭେଟିନାହାନ୍ତି। ହେଲେ ସେମାନେ ପାଇଲଟ୍‌ଙ୍କ ସହ ଯୋଗାଯୋଗରେ ରହିଛନ୍ତି ବୋଲି ଆଜି ସୂର୍ଯେୱାଲା କହିଛନ୍ତି। ପାଇଲଟ୍‌ ବିଜେପିରେ ଯୋଗ ଦେଉନାହାନ୍ତି ବୋଲି କହୁଥିଲେ ସୁଦ୍ଧା ସେ ଏବେ ବି ବିଜେପି ନେତାମାନଙ୍କ ସହ ଯୋଗାଯୋଗରେ ଅଛନ୍ତି ବୋଲି ଦଳୀୟ ସୂତ୍ରରୁ ଜଣାପଡ଼ିଛି। ପାଇଲଟ୍‌ଙ୍କ ପାଖରେ ୩୦ ନୁହେଁ ୧୬ ବିଧାୟକଙ୍କ ସମର୍ଥନ ରହିଛି ବୋଲି ଦଳ ପକ୍ଷରୁ ଆକଳନ କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ