ଭବାନୀପାଟଣା ରେ ଦିନବେଳେ ରିକ୍ସା ଚାଳକ କୁ ତଣ୍ଟି କାଟି ହତ୍ୟା

କଳାହାଣ୍ଡି, (ରଜନୀକାନ୍ତ ମିଶ୍ର):ଭବାନୀ ପାଟଣା ରେ ଦିନ ଦିବଲୋକରେ ହତ୍ୟାକାଣ୍ଡ । ସହର ସ୍ଥିତ ଅର୍କବାହଲି ପଡା ଛକରେ ଜଣେ ରିକ୍ସା ଚାଳକ ରିକ୍ସା ରେ ଥିବା ବେଳେ ହତ୍ୟାକାରୀ ଆସି ଆକ୍ରମଣ କରି ଫେରାର ମାରିଛନ୍ତି । ଘଟଣା ସ୍ଥଳରେ ହିଁ ରିକ୍ସା ଚାଳକ ର ମୃତ୍ୟୁ ଘଟିଛି । ଟାଉନ ଥାନା ପୋଲିସ ପହଂଚି ବା ବେଳକୁ ହତ୍ୟା କାରୀ ଚମ୍ପଟ ମାରିଥିବା ବେଳେ ପୋଲିସ ତନାଘନା ଜାରୀ ରହିଛି। ହତ୍ୟାରେ ଶିକାର ବ୍ୟକ୍ତି କିଏ କାହିଁକି ଦୃବୃତ ହତ୍ୟା କଲେ ଜଣା ପଡ଼ିନାହିଁ । ତେବେ ରିକ୍ସା ଉପରେ ଶବ ପଡି ରହିଛି । ଗୋଟିଏ ପଟେ ସିସି ଟିଭି ସର୍ଭେଲାନ୍ସ ରେ ଭବାନୀପାଟଣା ସହର ବୋଲି କଳାହାଣ୍ଡି ପୁଲିସ ଡିଣ୍ଡିମ ମାରୁଥିବା ବେଳେ ଦିନ ଡ୍ରିପ୍ରହରରେ ହତ୍ୟାକାଣ୍ଡ ପୋଲିସ ପାଇଁ ଚାଲେଞ୍ଜ ସୃଷ୍ଟି କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ