ପାରିବାରିକ କଳହରୁ ମହିଳାଙ୍କ ଆତ୍ମହତ୍ୟା

ମୋହନା, (ଅଂଶୁମାନ ପଣ୍ଡା): ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଚନ୍ଦ୍ରଗିରି ଫାଣ୍ଡି ଅଧିନସ୍ଥ ବି.ଶିଙ୍କୁଳି ଗ୍ରାମରେ ପାରିବାରିକ କଳହକୁ କେନ୍ଦ୍ର କରି ଜଣେ ମହିଳା ଆତ୍ମହତ୍ୟା କରିଥିବା ଜଣାପଡିଛି । ମହିଳା ଜଣକ ହେଲେ ବି.ଶିଙ୍କୁଳି ଗ୍ରାମର ରୁପାଲି ବୀର(୩୦) । ତେବେ ସୂଚନାରୁ ପ୍ରକାଶ ଯେ, ରୂପାଲି ନିଜର ବିବାହ ପରଠାରୁ ସ୍ୱାମୀଙ୍କ ସହ ତାଙ୍କର ମନମାଳିନ୍ୟ ଲାଗି ରହିଥିବା ବେଳେ ତାହା ଶେଷରେ ଏକ ଦୁଃଖଦ ଅନ୍ତ ଘଟିଛି । ଆଜି ରୂପାଲି ଘରେ ଥିବା କେତେକ ଔଷଧକୁ ବହୁ ପରିମାଣରେ ଖାଇବା ପରେ ସେ ଗୁରୁତର ହୋଇପଡିଥିଲେ । ପରେ ପରିବାର ଲୋକେ ଗୁରୁତର ରୁପାଲିଙ୍କୁ ଉଦ୍ଧାର କରି ଚନ୍ଦ୍ରଗିରି ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ତେବେ ସେଠାରେ କାର୍ଯ୍ୟରତ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଘଟଣା ସମ୍ପର୍କରେ ଖବର ପାଇ ମୋହନା ଥାନା ଅଧିକାରୀ ସୁଜିତ କୁମାର ନାୟକ ପହଂଚି ଶବକୁ ଜବତ କରିବା ସହ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଚଳାଇଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ