ଜିଲ୍ଲା ଯୁବ ବିଜେଡି ସଭାପତିଙ୍କ ପକ୍ଷରୁ ମାସ୍କ ଓ ସାନିଟାଇଜର ବଣ୍ଟନ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା)-ଗଜପତି ଜିଲ୍ଲା ଯୁବ ବିଜୁଜନତା ଦଳ ସଭାପତି ଏସ.ଲିଙ୍ଗରାଜଙ୍କ ଦ୍ୱାରା ଜିଲ୍ଲାରେ କାର୍ଯ୍ୟରତ ସମସ୍ତ ପୋଲିସ ଥାନାର କର୍ମଚାରୀ ମାନଙ୍କୁ ମାସ୍କ,ସାନିଟାଇଜର ଓ ଗ୍ଲୋବ୍ ପ୍ରଦାନ କରାଯାଇଛି । ବର୍ତ୍ତମାନ କରୋନା ପରିସ୍ଥିତି ଜିଲ୍ଲାରେ ଗମ୍ଭୀର ରହିଥିବାରୁ ଏହି ପୋଲିସ କର୍ମଚାରୀମାନେ ଆଗଧାଡିରେ କାର୍ଯରତ ରହିଥିବା ଯୋଗୁଁ ଏହି ସବୁ ସେମାନଙ୍କ ସୁରକ୍ଷା ପାଇଁ ପ୍ରଦାନ କରାଯାଇଥିବା ଜିଲ୍ଲା ଯୁବ ବିଜେଡି ସଭାପତି ଲିଙ୍ଗରାଜ କହିଛନ୍ତି । ସମସ୍ତ ଥାନାକୁ କରୋନା ପରିସ୍ଥିତିରେ ଯାଇ ସମସ୍ତଙ୍କୁ ଏ ସବୁ ବଣ୍ଟନ କରିବା ସମ୍ଭବ ହୋଇ ନ ଥିବାରୁ ସେ ପାରଳାଖେମୁଣ୍ଡି ଠାରେ ପୋଲିସ ଏସଡିପିଓ ପ୍ରକାଶ ଚନ୍ଦ୍ର ଜେନାଙ୍କୁ ଏ ସବୁ ପ୍ରଦାନ କରି ସମସ୍ତଙ୍କୁ ବଣ୍ଟନ କରିବା ପାଇଁ ଅନୁରୋଧ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ