ଗାଁ ସମସ୍ୟାକୁ ନେଇ ମହିଳାଙ୍କ ରାସ୍ତା ରୋକ୍

କଳାହାଣ୍ଡି, (ୱାଇଏନ୍‌ଏସ୍‌): ଗାଁ ସମସ୍ୟା କୁ ନେଇ ତାତିଲେ ମହିଳା କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଳକ ତରଂଜା ଗାଁ ରେ ଶତାଧିକ ମହିଳାଙ୍କ ରାସ୍ତା ରୋକ l ଧର୍ମଗଡ଼ ତମ୍ବାଛଡ଼ା ରାସ୍ତାକୁ ଅବରୋଧ କରିଛନ୍ତି l ଗାଁ ନଦୀକୁ ଆସୁଥିବା ବାଲି ବୋଝେଇ ଟ୍ରାକ୍ଟରକୁ ବିରୋଧ କରି ୫୦ ରୁ ଉର୍ଦ୍ଧ ଟ୍ରାକ୍ଟରକୁ ଅଟକାଇ ରାସ୍ତା ଅବରୋଧ କରିଛନ୍ତି l ନଦୀକୁ ବାଲି ଆଣି ଆସୁଥିବା ଶତାଧିକ ଟ୍ରାକ୍ଟର ଚଳାଚଳ ଯୋଗୁଁ ରାସ୍ତା ଖରାପ ହେଉଥିବା ବେଳେ ଗମନା ଗମନ ପାଇଁ ଲୋକେ ଅସୁବିଧା ଭୋଗୁ ଥିବା ନେଇଏହି ରାସ୍ତା ରୋକ କରିଛନ୍ତି l ଘଟଣା ସ୍ଥଳରେ କିଛି ସମୟ ପାଇଁ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇ ଥିଲା ଖବର ପାଇ ଧର୍ମଗଡ଼ ତହସିଲଦାର ପହଞ୍ଚି ସମସ୍ୟା ପ୍ରତି ଶୃତି ଦେବା ପରେ ରାସ୍ତା ଅବରୋଧ ହଟିଥିଲା l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ