ମୟୂରଭଂଜରେ ୧୩ ଓ ବହଳଦାରେ ୪ କରୋନା ଆକ୍ରାନ୍ତ ଚିହ୍ନଟ

ରାଇରଙ୍ଗପୁର, (ଅକ୍ଷୟ ବିଶ୍ୱାଳ): ମୟୂରଭଂଜ ଜିଲ୍ଲାରେ ରବିବାର ଦିନ ୧୩ କରୋନା ଆକ୍ରାନ୍ତ ଚିହ୍ନଟ କରାଯାଇଛି । ସେଥିମଧ୍ୟରୁ ବାରିପଦା ମ୍ୟୁନିସିପାଲଟିରୁ ଜଣେ, ରାସଗୋବିନ୍ଦପୁର ବ୍ଲକରୁ ୨ ଜଣ,ସୋରଡ଼ା ବ୍ଲକରୁ ୩ ଜଣ,ଉଦଳା ବ୍ଲକରୁ ୩ ଜଣ ଏବଂ ବହଳଦା ବ୍ଲକର ୪ ଜଣ ।୪ ଜଣ ଟିଏମସି,୩ ଜଣ ହୋମ କ୍ୱାରାଣ୍ଟାଇନ୍‌ରେ ଏବଂ ୬ଜଣ ସ୍ଥାନୀୟ ଆକ୍ରାନ୍ତ ଅଛନ୍ତି । ବହଳଦା ବଜାରର ଜଣେ ମହିଳା (୩୬) ବର୍ଷିୟା ଏବଂ ବଡପଳଶାର ୩ଜଣ ପୁରୁଷ ଆକ୍ରାନ୍ତ ହୋଇଛନ୍ତି । ବଡପଳଶାର ୩ ଜଣ ପ୍ରବାସୀ , ସେମାନେ ୧୪ ଦିନ ଟିଏମସିରେ ଥିଲେ ପରେ ହୋମ କ୍ୱାରାଣ୍ଟାଇନ୍‌ରେ ଥିଲେ । କିନ୍ତୁ ସ୍ୱାବ ଟେଷ୍ଟରେ ପୁଣି ବାହାରିଛି । ଯାହାକି ସାଧାରଣରେ ଚିନ୍ତାର ବିଷୟ । ସେହିଭଳି ବହଳଦା ମୁଖ୍ୟ ବଜାରରେ ମହିଳା ଆକ୍ରାନ୍ତ ନେଇ ବଜାର ବାସୀ ଚିନ୍ତିତ । ବର୍ତମାନ ସୁଦ୍ଧା ବହଳଦା ବ୍ଳକରେ ୮କରୋନା ଆକ୍ରାନ୍ତ ଚିହ୍ନଟ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ