ବ୍ଲକ ପ୍ରଶାସନ ପକ୍ଷରୁ ଏନ୍‌.ଜି.ଓ ମାନଙ୍କ ସହଯୋଗରେ କୋଭିଡ୍ ପରିଚାଳନା ସଚେତନତା କାର୍ଯ୍ୟ ଶେଷ

ବନ୍ତ, (ଚାନ୍ଦିନୀ ମହାନ୍ତି):ଓଡିଶା ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ନିର୍ଦ୍ଦେଶରେ ବନ୍ତ ବ୍ଲକ ପ୍ରଶାସନ ପକ୍ଷରୁ ବିଡିଓ ରେବେକା ବିଲୁଙ୍ଗଙ୍କ ଅଧ୍ୟକ୍ଷତା ଏବଂ ନୋଡାଲ ଏନ୍‌.ଜି.ଓ ସି.ଏଫ.ଡବ୍ଲ୍ୟୁ.ଏସ୍‌.ଡି ନେତୃତ୍ୱରେ ଜିଓ-ଏନ୍‌.ଜି.ଓ କୋଓଡିନେସନ କମିଟି ଗଠନ କରାଯାଇ ୬ଟି ଏନ୍‌.ଜି.ଓକୁ କୋଭିଡ୍ ପରିଚାଳନାରେ ପ୍ରଶାସନକୁ ସହଯୋଗ କରିବା ପାଇଁ ଦାୟୀତ୍ୱ ଦିଆଯାଇଥିଲା । ସି.ଏଫ.ଡବ୍ଲ୍ୟୁ.ଏସ୍‌.ଡିକୁ ଗୋପିନାଥପୁର, ବଡମହିଷଗୋଠ, ଚାରିଗାଁ, ବିଟିପୁର, ଅଣିଜୋ, ପୁରୁଷଣ୍ଢ, ମହାନ୍ତିପଡା, ବଡବର୍ଚ୍ଚିକୟାଁ ଗ୍ରାମ ପଞ୍ଚାୟତ ଦାୟୀତ୍ୱ ଦିଆଯାଇଥିବା ବେଳେ , ଦି ମିରାକଲ୍ ସ୍ୱେଚ୍ଛାସେବୀ ସଂଗଠନକୁ ତୋଡଗାଁ, ଗୋବିନ୍ଦପୁର, ସେଣ୍ଢତୀରା, ନିଳୋକ, ଦିସାକୁ କାଦବରାଙ୍ଗ, ଓଡଙ୍ଗ, ଗଣିଜାଙ୍ଗ, ଆଡିଆ, ଉଷାକୁ ରାମକୃଷ୍ଣପୁର, ଛୟାଳସିଂ ଏବଂ ହାପି କ୍ଲବକୁ କେନ୍ଦୁଆପଦା, ରାମପୁର ଗ୍ରାମ ପଞ୍ଚାୟତ ଦାୟୀତ୍ୱ ଦିଆଯାଇଥିଲା । ସମସ୍ତ ଏନ୍‌.ଜି.ଓ ଜୁଲାଇ ମାସରେ ବ୍ଲକ ପ୍ରଶାସନର ନିର୍ଦ୍ଦେଶ ଓ ସହଯୋଗରେ ନିଜ ନିଜ କାର୍ଯ୍ୟକ୍ଷେତ୍ର ଗ୍ରାମ ପଞ୍ଚାୟତ ଗୁଡିକରେ ଗ୍ରାମ୍ୟ ସ୍ତରୀୟ କୋଭିଡ୍ ପରିଚାଳନା କମିଟିର ସଭ୍ୟସଭ୍ୟା ୱାର୍ଡ ମେମ୍ବର, ଅଙ୍ଗନୱାଡି, ଆଶା କର୍ମୀ, ଏସ୍‌.ଏଚ୍‌.ଜି କର୍ମକର୍ତ୍ତା, ସ୍ୱେଚ୍ଛାସେବୀ ମାନଙ୍କୁ ନିଜ ନିଜ ଅଞ୍ଚଳରେ କିପରି କୋଭିଡ୍ ସଚେତନତା ସୃଷ୍ଟି କରିବେ ସେ ବିଷୟରେ ସଚେତନ କରାଯିବା ସହିତ ତାଲିମ ପ୍ରଦାନ କରାଯାଇଥିଲା । ନିଜ ନିଜ ଅଞ୍ଚଳରେ ଘରେ ଘରେ ସାବୁନରେ ବାରମ୍ବାର ହାତ ଧୋଇବା, ମାସ୍କ ପିନ୍ଧିବା, ୨ ମିଟିର ସାମାଜିକ ଦୂରତା ବଜାୟୀ ରଖିବା, ବାହାରେ ଛେପ ନପକାଇବା, ଘରୋଇ ସଂଗରୋଧର ତଦାରଖ କରିବା, ପ୍ରବାସୀ ମାନଙ୍କୁ କ୍ଲଷ୍ଟର ଟି.ଏମ୍‌.ସିରେ ଏବଂ ସନ୍ଦେହଜନକ ଲକ୍ଷଣ ଥିବା ଲୋକ ମାନଙ୍କୁ ସରପଞ୍ଚଙ୍କ ସହାୟତାରେ ଗ୍ରାମ ପଞ୍ଚାୟତ କୋଭିଡ୍ କେୟାର ହୋମରେ ରଖିବା ବ୍ୟବସ୍ଥା ପରିଚାଳନା କମିଟି କରିବାକୁ ସଚେତନତା ସଭା ମାଧ୍ୟମରେ ଜଣାଇ ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମ ଗୁଡିକରେ ସମସ୍ତ ସରପଞ୍ଚ, ଏମ୍‌.ବି.କେ, ଜି.ପି.ଏଲ୍‌.ଏଫ.ଲିଡର ମାନେ ଯୋଗ ଦେଇଥିଲେ । ସି.ଏଫ.ଡବ୍ଲ୍ୟୁ.ଏସ୍‌.ଡି ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଶାସନ ତରଫରୁ ବିଡିଓ ରେବେକା ବିଲୁଙ୍ଗ, ଆଗରପଡା ସ୍ୱାସ୍ଥ୍ୟ କେନ୍ଦ୍ରର ଜନସ୍ୱାସ୍ଥ୍ୟ ଅଧିକାରୀ ସୁରେଶ ପ୍ରଧାନ, ଦି ମିରାକଲ୍ କାର୍ଯ୍ୟକ୍ରମରେ ଜିଲ୍ଲା ଜି.କେ.ଏସ୍ ଡାକ୍ତର ଯୋଗ ଦେଇ ସଚେତନତା ବାର୍ତ୍ତା ଦେବା ସହିତ ସରକାରୀ ନିୟମ ବିଷୟରେ ଅବଗତ କରାଇଥିଲେ । ନିର୍ଦ୍ଧାରିତ ସମୟ ମଧ୍ୟରେ କୋଭିଡ୍ ପରିଚାଳନା ସଚେତନତା କାର୍ଯ୍ୟ ଏନ୍‌.ଜି.ଓ ମାନେ ଶେଷ କରିଥିବାରୁ ପ୍ରଶାସନ ଧନ୍ୟବାଦ ଦେଇଥିବା ବେଳେ ଏନ୍‌.ଜି.ଓ ସେଲ ତରଫରୁ ପ୍ରଶାସନ ଏନ୍‌.ଜି.ଓ ମାନଙ୍କୁ ସାମିଲ କରିଥିବାରୁ ବ୍ଲକ ପ୍ରଶାସନକୁ କୃତଜ୍ଞତା ଜଣାଇଛି । ବ୍ଲକ ପ୍ରଶାସନ ତରଫରୁ ଓଏଲଏମର ବିପିଏମ୍ ବୀଣାପାଣି ପଣ୍ଡାଙ୍କ ପ୍ରତ୍ୟେକ୍ଷ ସଂଯୋଜନାରେ ବିଏଲସି ରଶ୍ମିତା ସାହୁ ସମସ୍ତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ