ତରଡିପାଳ-ବଗଦା ଶାସନ ରାସ୍ତା ଅବସ୍ଥା ଶୋଚନୀୟ

ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଳକ ଗଣିଜାଙ୍ଗ ପଞ୍ଚାୟତ ଅଧିନ ମୁଖ୍ୟ ରାଜପଥର ତରଡିପାଳ ଛକ ଠାରୁ ବଗଦା ଶାସନ ପ୍ରାୟ ୨ କିମି ରାସ୍ତା ମରାମତି ଅଭାବରୁ ଶୋଚନୀୟ ହୋଇପଡିଛି । ଉକ୍ତ ରାସ୍ତା ଦେଇ ଦୈନନ୍ଦିନ ତରଡିପାଳ, କନ୍ତିଆ ଜେନାସାହି, ବଗଦା ଶାସନ ସମେତ କନ୍ତିଆ ସଂସ୍କୃତ ମହାବିଦ୍ୟାଳୟ, ବିଦ୍ୟାଳୟକୁ ଛାତ୍ରଛାତ୍ରୀ ଓ ଲୋକ ମାନେ ଯାତାୟତ କରିଥାନ୍ତି । ବର୍ଷା ଦିନ ଆସିଲେ ଲୋକ ମାନେ ଯାତାୟତ କରିବା ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ରାସ୍ତାରେ ବିଭିନ୍ନ ସ୍ଥାନରେ ଖାଲଖମା ସୃଷ୍ଟି ହୋଇଥିବା ଯୋଗୁ ଅସରାଏ ବର୍ଷାରେ ପାଣି ଜମି ରହି ଥାଏ । ଫଳରେ ସ୍କୁଲ, କଲେଜ ପିଲାଙ୍କ ସମେତ ଲୋକ ମାନେ ପାଣିକାଦୁଅରେ ପଶି ଯିବା ଆସିବା କରିଥାନ୍ତି । ରାସ୍ତାର ଖାଲଖମା ଯୋଗୁ ବହୁ ସମୟରେ ଦୁର୍ଘଟଣା ଘଟିଥାଏ । ଉକ୍ତ ରାସ୍ତାରେ ବଗଦା ଶାସନ ଓ କନ୍ତିଆ ରାସ୍ତା ପାଶ୍ୱର୍ ଦେଇ ଯାଇଥିବା କପାଳୀ ନଦୀର ଅନେକ ସମୟରେ ବନ୍ୟା ଆସି ରାସ୍ତାରେ ୪ରୁ ୫ ଫୁଟ୍ ପାଣି ଜମି ରହିବା ଫଳରେ ବଗଦା ଶାସନର ଲୋକମାନେ ପାଣି ଘେରରେ ରହିଥାନ୍ତି । ପ୍ରଶାସନ ପକ୍ଷରୁ ବାରମ୍ବାର ପ୍ରତିଶୃତି ମିଳିଥିଲେ ମଧ୍ୟ ଅଦ୍ୟାବଧି ଉକ୍ତ ରାସ୍ତା ମରାମତି କାର୍ଯ୍ୟ କରାଯାଉନାହିଁ । ଜିଲ୍ଲା ପ୍ରଶାସନ ଉପରୋକ୍ତ ସମସ୍ୟା ପ୍ରତି ଦୃଷ୍ଟି ଦେଇ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ଗ୍ରାମବାସୀ ମାନେ ଦାବୀ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ