ହାଟଡିହି ବ୍ଲକରେ ୪୧ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା

ହାଟଡିହି, (ଓ୍ବାଇଏନ୍ଏସ୍):ହାଟଡିହି ବ୍ଲକର ସଢ଼ା ପଞ୍ଚାତରେ ପୁଣି ଜଣେ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି । ଏହି ଆକ୍ରାନ୍ତଙ୍କୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୧ରେ ପହଞ୍ଚିଛି । ଆଜିର ଆକ୍ରାନ୍ତ ଜଣକ ପଶ୍ଚିମବଙ୍ଗ ଫେରନ୍ତା । ଆକ୍ରାନ୍ତ ଜଣକ ଗତ ୨୯ତାରିଖରେ ପଶ୍ଚିମବଙ୍ଗର ଫେରି ସଢ଼ା ଗାର୍ଲସ ହାଇସ୍କୁଲରେ ଥବବା କ୍ୱାରେଣ୍ଟାଇନ ସେଣ୍ଟରରେ ରହିଥିଲେ । ପୁର୍ବରୁ ଏଠାରେ ଦୁଇଜଣ ଆକ୍ରାନ୍ତ ହେବାପରେ ସମସ୍ତ ଅନ୍ତେବାସୀଙ୍କ ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା । ତନ୍ମଧ୍ୟରୁ ଏହି ୧୭ବର୍ଷୀୟ ଯୁବକ ଜଣଙ୍କର ନମୁନା ପଜେଟିଭ ଆସିବାପରେ ଗତକାଲି ରାତିରେ ତାଙ୍କୁ କୋଭିଡ ହସପିଟାଲକୁ ପଠାଇ ଦିଆଯାଇଛି । ଆଜିକୁ ମିଶାଇ ବ୍ଲକରେ ମୋଟ ୪୧ଜଣ ଆକ୍ରାନ୍ତ ହୋଇଥିବାବେଳେ ତନ୍ମଧ୍ୟରୁ ୩୬ଜଣ ସୁସ୍ଥ ହୋଇ ଘରକୁ ଫେରିଲେଣି । ଏବେ ମୋଟ ୫ଜଣ ଚିକିତ୍ସିତ ଅବସ୍ଥାରେ ଅଛନ୍ତି ବୋଲି ଶାଳଣିଆଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସୁତ୍ରରୁ ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ