ଯେକୌଣସି ଆରଟିଓରୁ ସରକାରୀ ଗାଡ଼ିକୁ ମିଳିବ ଫିଟନେସ ସାର୍ଟିଫିକେଟ୍‌

କଟକ: ରାଜ୍ୟର ଯେକୌଣସି ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆରଟିଓ) ରୁ ସରକାରୀ ଗାଡ଼ିକୁ ଫିଟନେସ ସାର୍ଟିଫିକେଟ ଦିଆଯାଇପାରିବ । ରାଜ୍ୟ ପରିବହନ ପ୍ରାଧିକରଣ (ଏସଟିଏ) ଏ ନେଇ ନିର୍ଦ୍ଦେଶନାମା ଜାରି କରିଛି । ଏଥିରେ ଉଲ୍ଲେଖ କରାଯାଇଛି ଯେ, ରାଜ୍ୟ ସରକାର, ରାଜ୍ୟସରକାରଙ୍କ ଅଧିକୃତ ସଂସ୍ଥା ଓ ପୌରାଞ୍ଚଳ ପକ୍ଷରୁ ବିଭିନ୍ନ ମଡେଲର ଗାଡ଼ି କିଣାଯାଇଥାଏ । ପ୍ରଶାସନିକ ଆବଶ୍ୟକତାକୁ ଦେଖି ଏହି ଗାଡ଼ି ଗୁଡ଼ିକ ପରେ ରାଜ୍ୟର ବିଭିନ୍ନ ସ୍ଥାନକୁ ପଠାଯାଏ । ପୂର୍ବ ନିୟମ ଅନୁଯାୟୀ, ଫିଟନେସ ସାର୍ଟିଫିକେଟ ପାଇବାକୁ ହେଲେ, ଯେଉଁ ଆରଟିଓରେ ଗାଡ଼ି ପଞ୍ଜିକୃତ ହୋଇଛି, ସେଠାରେ ଆବେଦନ କରିବାକୁ ପଡ଼ୁଥିଲା । ଏହା ଦ୍ୱାରା ଗାଡ଼ିର ଫିଟନେସ ସାର୍ଟିଫିକେଟ ପାଇବାରେ ଅସୁବିଧା ହେଉଥିବାରୁ ଏହି ନିୟମ ପରିବର୍ତ୍ତନ ପାଇଁ ଦାବି ହୋଇ ଆସୁଥିଲା । ଏହାକୁ ଗ୍ରହଣ କରିବିଭାଗ ନୂଆ ନିୟମ ଲାଗୁ କରିଛି । ଏହା ଦ୍ୱାରା ଅନ୍ୟ ସବୁ ବିଭାଗ ସହ ପୋଲିସ ବିଭାଗ ଅଧିକ ଉପକୃତ ହେବ । କାରଣ ରାଜ୍ୟ ପୋଲିସ ମୁଖ୍ୟାଳୟ କଟକ ସହରରେ ରହିଛି । ବିଭାଗ ପାଇଁ କିଣାଯାଇଥିବା ଗାଡ଼ି ଗୁଡ଼ିକ କଟକ ଆରଟିଓରେ ପଞ୍ଜିକୃତ ହୋଇଥାଏ । ପରେ ସେଗୁଡ଼ିକୁ ରାଜ୍ୟୀ ବିଭିନ୍ନ ପୁଲିସ ଜିଲ୍ଲାକୁ ପଠାଯାଏ । କିନ୍ତୁ ଫିଟନେସ ସାର୍ଟିଫିକେଟ ପାଇଁ କଟକ ଆରଟିଓରେ ଆବେଦନ କରିବାକୁ ହୁଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ