୩୦ଘଣ୍ଟା ପରେ ବାହୁଦା ନଦୀ ରେ ନିଖୋଜ ବ୍ୟକ୍ତିର ଶବ ଉଦ୍ଧାର

ଚିକିଟି, (କୁରେଶୁ ସାହୁ):ଚିକିଟି ବ୍ଲକ କଳବାଡ଼ ପଞ୍ଚାୟତ ର ପାରସମା ଗ୍ରାମ ରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଗତ କାଲି ନିଲାୟା ବେହେରା (ବୟସ ୫୫) ନାମକ ଜଣେ ବ୍ୟକ୍ତି ମାଛ ଧରିବାକୁ ପାଇଁ ବାହୁଦା ନଦୀ କୁ ଯାଇଥିବା ସମୟରେ ଆଉ ଘରକୁ ଫେରିନଥିଲେ । ଅଧିକ ସମୟ ବିଳମ୍ବ ହେବାରୁ ଘର ଲୋକ ଓ ସ୍ଥାନୀୟ ଲୋକମାନେ ନଦୀରେ ଖୋଜି କରି ପାଇନ ଥିଲେ। ଏହା ପରେ ଚିକିଟି ଦମକଳ ବାହିନୀ ପହଞ୍ଚି ଗତ କାଲି ଠାରୁ ଦୀର୍ଘ ସମୟ ହେଲା ଖୋଜା ଖୋଜି ଚଳେଇ ଥିଲେ ଆଜି ଅପରାହ୍ନ ରେ ଦୀର୍ଘ ୩୦ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ବଡବରଙ୍ଗା ଗେଲେଇ ଗଣ୍ଡରୁ ଶବ ଉଦ୍ଧାର କରାଯାଇଥିଲା l ପୋଲିସ ଓ ପରିବାର ଲୋକଙ୍କ ଉପସ୍ଥିତିରେ ପଞ୍ଚନାମl ପାଇଁ ବ୍ରହ୍ମପୁର ମେଡିକାଲ କୁ ପଠା ଯାଇଛି l ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ପୋଲିସ ସୂତ୍ରରୁ ପ୍ରକାଶ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ