ଘୋଡ଼ା ବେପାରରେ ସାମିଲ ଥିଲେ ପାଇଲଟ

ଜୟପୁର : ସଚିନ ପାଇଲଟଙ୍କ ବିରୋଧରେ ସଂଗୀନ ଅଭିଯୋଗ ବାଢ଼ିଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ । ସେ ଘୋଡ଼ା ବେପାରରେ ସାମିଲ ଥିଲେ ବୋଲି ଗେହଲଟ କହିଛନ୍ତି । ନିକଟରେ ପାଇଲଟଙ୍କୁ ଉପମୁଖ୍ୟମନ୍ତ୍ରୀ ଓ ପିସିସି ସଭାପତି ପଦରୁ ବିଦା କରାଯାଇଥିଲା। ସାମ୍ବାଦିକମାନଙ୍କୁ ଗେହଲଟ କହିଛନ୍ତି ଯେ, ପୂର୍ବତନ ପ୍ରଦେଶ କଂଗ୍ରେସ ସଭାପତି ନିଜେ ଘୋଡ଼ା ବେପାରରେ ସାମିଲ ଥିଲେ। ତାଙ୍କ ସରକାରର ପତନ ପାଇଁ ଏଭଳି ଷଡ଼ଯନ୍ତ୍ର ରଚାଯାଇଥିଲା । ଅପରପକ୍ଷରେ ସଚିନଙ୍କୁ କଟାକ୍ଷ କରି ଗେହଲଟ କହିଛନ୍ତି ଯେ, ଭଲ ଇଂରାଜୀ କହିବା, ଟିଭିରେ ବାଇଟ ଦେବା କିମ୍ବା ହ୍ୟାଣ୍ଡସମ ଦେଖାଗଲେ ସବୁ କିଛି ହୋଇଯିବ ନାହିଁ । ଦେଶ ପାଇଁ ତୁମେ କ’ଣ କରିବାକୁ ଚାହୁଁଛ, ତୁମର ଆଦର୍ଶ, ନୀତି, ପ୍ରତିଶ୍ରୁତିବଦ୍ଧତାକୁ ହିଁ ବିଚାରକୁ ନେବା ଦରକାର ବୋଲି ସେ କହିଛନ୍ତି । ହରିୟାଣାରେ ପାଇଲଟ ଓ ତାଙ୍କ ସମର୍ଥକମାନେ ଥିବାବେଳେ ସେମାନେ ଜୟପୁର ଫେରି ଆସନ୍ତୁ ବୋଲି କଂଗ୍ରେସ ପକ୍ଷରୁ ନିବେଦନ କରାଯାଇଛି।

Share

Leave a Reply

Your email address will not be published. Required fields are marked *

error: Content is protected !!