୫ଜି ଲଞ୍ଚ କରିବ ଜିଓ

ନୂଆଦିଲ୍ଲୀ: ଜିଓ ପ୍ଲାଟଫର୍ମ ସହ ଯୋଡ଼ି ହୋଇଛି ଗୁଗୁଲ । ଗୁଗୁଲ ଜିଓରେ ୩୩ ହଜାର ୭୩୭ କୋଟି ନିବେଶ କରିବ । ଗୁଗୁଲ ଜିଓର ୭.୭ ପ୍ରତିଶତ ଅଂଶଧନ କିଣିବ ବୋଲି ଅମ୍ବାନି କହିଛନ୍ତି । ଏପର୍ଯ୍ୟନ୍ତ ଜିଓରେ ୨.୧୨ ଲକ୍ଷ କୋଟି ଟଙ୍କା ନିବେଶ ହୋଇସାରିଛି । ଆଜି ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ୪୩ତମ ବାର୍ଷିକ ବୈଠକ ହୋଇଥିଲା । ବୈଠକରେ ଅମ୍ବାନି କହିଛନ୍ତି ଭର୍ଚୁଆଲ ପ୍ଲାଟଫର୍ମରେ ଲକ୍ଷାଧିକ ସେୟାର ହୋଲ୍ଡର ସାମିଲ ରହିଛନ୍ତି । ଏଥିସହିତ ଏଜିଏମରେ ଉପସ୍ଥିତ ସବୁ ସେୟାର ହୋଲ୍ଡରଙ୍କୁ ସ୍ୱାଗତ କରିଛନ୍ତି ମୁକେଶ ଅମ୍ବାନି । ଉପସ୍ଥିତ ସମସ୍ତ ନିର୍ଦ୍ଦେଶକଙ୍କର ମଧ୍ୟ ସ୍ୱାଗତ କରିଛନ୍ତି ଅମ୍ବାନି । କରୋନା ମାନବ ଇତିହାସରେ ସବୁଠୁ ବଡ଼ ସଙ୍କଟ । ସଙ୍କଟ ସମୟରେ ବଡ଼ ସୁଯୋଗ ମଧ୍ୟ ଆସିଥାଏ । ପୁରା ବିଶ୍ୱାସ ଅଛି ଭାରତ ସହ ବିଶ୍ୱ ଆଗକୁ ବଢ଼ିବ । ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଏବେ ଋଣମୁକ୍ତ କମ୍ପାନି । ରିଲାଏନ୍ସର ମାର୍କେଟ କ୍ୟାବ ୧୫୦ ବିଲିଅନ ଡଲାର ଅତିକ୍ରମ କରିଛି । ଏହାସହ ଜିଓ ୫ଜି ସଲ୍ୟୁସନ ଡେଭଲପ କରିଛି ବୋଲି ଅମ୍ବାନି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ