କମିଲା ସ୍ମାର୍ଟଫୋନ ବିକ୍ରି

ନୂଆଦିଲ୍ଲୀ: ଚଳିତ ଆର୍ଥିକ ବର୍ଷ ଏପ୍ରିଲ-ଜୁନ ତ୍ରୟମାସରେ ଭାରତର ସ୍ମାର୍ଟଫୋନ ୪୮% ହ୍ରାସ ଘଟିଛି । ଏ ଅବଧିରେ ଦେଶରେ ମୋଟ ୧ କୋଟି ୭୩ ଲକ୍ଷ ୟୁନିଟ ସ୍ମାର୍ଟଫୋନ ବିକ୍ରି ହୋଇଛି । ମେ’ମଧ୍ୟଭାଗ ପର୍ଯ୍ୟନ୍ତ ଦେଶବ୍ୟାପୀ ଲକଡାଉନ କାରଣରୁ ସ୍ମାର୍ଟଫୋନ ବଜାର ଏଭଳି ପ୍ରଭାବିତ ହୋଇଛି । କାନାଲିସ ପକ୍ଷରୁ ପ୍ରକାଶିତ ରିପୋର୍ଟରୁ ଏହି ସୂଚନା ମିଳିଛି । କାନାଲିସର ସଦ୍ୟତମ ରିପୋର୍ଟ ମୁତାବକ, କରୋନା ଯୋଗୁ ଦେଶର ୧୦ ପ୍ରମୁଖ ସ୍ମାର୍ଟଫୋନ ବ୍ରାଣ୍ଡ ମଧ୍ୟରୁ ଆପଲ ସର୍ବନିମ୍ନ ପ୍ରଭାବିତ ହୋଇ୍ଥିବା ବେଳେ ସାମସଙ୍ଗ ସର୍ବାଧିକ ପ୍ରଭାବିତ ହୋଇଛି । କାନାଲିସ ଆନାଲିଷ୍ଟ ମଧୁମିତା ଚୌଧୁରୀ କହିଛନ୍ତି ଭାରତରେ ସ୍ମାର୍ଟଫୋନ ବଜାର ଏକ କଷ୍ଟକର ସମୟ ଦେଇ ଗତି କରୁଛି । ଲକଡାଉନ ଖୋଲିବା ପରେ ସ୍ମାର୍ଟଫୋନ କିଣିବା ନେଇ ଖୁଚୁରା ବିକ୍ରେତାଙ୍କ ନିକଟରେ ଭିଡ଼ ଜମି ଥିଲା । କିନ୍ତୁ କରୋନାକୁ ଦୃଷ୍ଟିରେ ରଖି ସରକାରଙ୍କ କଟକଣା ତଥା ମହାମାରୀ ଭୟ ଯୋଗୁଁ ମାନୁଫାକଚରିଂ ୟୁନିଟରେ କର୍ମଚାରୀ ସଂକଟ କାରଣରୁ ଉତ୍ପାଦନ ବାଧାପ୍ରାପ୍ତ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ