ଗ୍ରାମ୍ୟ ବିପର୍ଯ୍ୟୟ ପରିଚାଳାନା ସଂପର୍କୀତ ବୈଠକ

ବନ୍ତ,(ଯୁଗାବ୍ଦ ନ୍ୟୁଜ୍) : ଶୁକ୍ରବାର ବନ୍ତ ବ୍ଲକ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ପରିସରରେ ଗ୍ରାମ୍ୟ ବିପର୍ଯ୍ୟୟ ପରିଚାଳନା ସଂପର୍କୀତ ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଡିଓ ରେବେକା ବିଲୁଙ୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବ୍ଲକ ଅଧ୍ୟକ୍ଷ ଦେବେନ୍ଦ୍ର କୁମାର ଜେନା, ଜି.ପି.ଓ ନିଶିକାନ୍ତ ଖୁଣ୍ଟିଆ, ଜିଲ୍ଲା ପ୍ରକଳ୍ପ ଅଧିକାରୀ ସୁଲୋଚନା ଦାସ, ରୁରାଲ୍ ଓମେନ ଏଣ୍ଡ ଏଗ୍ରିକଲଚର ଡେଭଲପମେଣ୍ଟର ସଭାପତି ଦିବାକର ନାୟକ, ବିଧାୟକ ପ୍ରତିନିଧି ଜିତେନ୍ଦ୍ର ନାୟକ ପ୍ରମୁଖ ଯୋଗ ଦେଇ ପ୍ରାକୃତିକ ବିପର୍ଯ୍ୟୟର ମୁକାବୁଲା ସଂପର୍କରେ ଆଲୋଚନା କରିଥିଲେ । ଏଥିରେ ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟ ଓ କାର୍ଯ୍ୟ ନିର୍ବାହୀ ଅଧିକାରୀ ମାନେ ଯୋଗ ଦେଇଥିଲେ । ବ୍ଲକରେ ୬ଟି ପଞ୍ଚାୟତର ୧୭ଟି ଗ୍ରାମରେ ବିପର୍ଯ୍ୟୟ ପରିଚାଳନା କମିଟି ଗଠନ ହେବ ବୋଲି ସୂଚନା ଦିଆଯାଇଥିଲା । କମିଟି ଗଠନ ବେଳେ ସମସ୍ତ ଜନପ୍ରତିନିଧିମାନେ ପୂର୍ଣ୍ଣ ସହଯୋଗ କରିବାକୁ ପରାମର୍ଶ ଦିଆଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ