ଏନଏସିର ମୁଖ୍ୟରାସ୍ତାରେ ଗୋରୁପଲ, ଦୁର୍ଘଟଣାଗ୍ରସ୍ତ ଗୋରୁଙ୍କୁ ଚିକିତ୍ସା କଲେ ଟିମ ସଂକଳ୍ପ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଏନଏସିରେ ଦୀର୍ଘବର୍ଷ ହେବ କାଞ୍ଜିଆହୁଦା ନଥିବାରୁ ବଜାରର ମୁଖ୍ୟ ସଡ଼କରେ ଗୋରୁପଲ ଦେଖିବାକୁ ମିଳିଛି l ଅନେକ ସମୟରେ ଦୁର୍ଘଟଣା ଘଟି ଗୋରୁଙ୍କ ଜୀବନ ହାନୀ ଘଟୁଛି l ବୁଧବାର ଦିନ ଟିମ ସଂକଳ୍ପର ସଦସ୍ୟମାନେ ଗୁରୁତର ଆହତ ଗୋରୁଙ୍କୁ ଚିକିତ୍ସାକରି ମାନବିକତା ଦେଖାଇଛନ୍ତି l ମିଳିଥିବା ସୂଚନାଅନୁଯାୟୀ, ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମ ନିକଟରେ ଅଜଣା ଗାଡି ଧକ୍କାରେ ଏକ ଗୋରୁ ଛଟପଟ ହୋଇ ଜୀବନ ସହିତ ସଂଗ୍ରାମ କରୁଥିବା ବେଳେ ସେହି ରାସ୍ତାଦେଇ ଅନେକ ଲୋକ ଯାଉଥିଲେ ବି କେହି ଆଡ ଆଖିରେ ଦେଖିନଥିଲେ l ଖବରପାଇ ଟିମ ସଂକଳ୍ପର ସଦସ୍ୟମାନେ ପହଂଚି ପ୍ରାଣୀ ଚିକିତ୍ସକଙ୍କୁ ଡାକି ଚିକିତ୍ସା କରେଇବା ସହିତ ସେବା ଶୁଶୁସ୍ରl କରିଥିଲେl ଟିମ ସଂକଳ୍ପର ଏହି ମାନବପଣିଆ ଓ ଗୋମାତା ପ୍ରତି ଦୟା ଓ ଶ୍ରଦ୍ଧା ମନୋଭାବକୁ ବିଭିନ୍ନ ମହଲରେ ପ୍ରଶଂସାର ସୁଅ ଛୁଟୁଛି l ବର୍ତ୍ତମାନ ଚାଷ ସମୟ ହୋଇଥିବାରୁ ଗୋରୁପଲ ଚାଷୀଙ୍କ କ୍ଷେତରେ ପଶି ଫସଲ ନଷ୍ଟକରୁଛନ୍ତି ଓ ବଜାରରେ ରାସ୍ତା ଉପରେ ଶୋଇରହୁଥିବାରୁ ଟ୍ରାଫିକ ସମସ୍ୟା ମଧ୍ୟ ସୃଷ୍ଟିହେଉଛି, କିନ୍ତୁ ଏଥିପ୍ରତି ପୋଲିସ ପ୍ରଶାସନ ଓ ଏନଏସି କର୍ତ୍ତୃପକ୍ଷ ଙ୍କ ନିଘା ରହୁନଥିବାରୁ ଏହିଭଳି ପରିସ୍ଥିତି ଉପୁଜୁଥିବା ଅଭିଯୋଗ କରିଛନ୍ତି ସହର ବାସୀ l ଦୀର୍ଘବର୍ଷ ହେବ ବାଲିଗୁଡା ବଜାର ମଧ୍ୟରେଥିବା କାଞ୍ଜିଆହୁଦାକୁ ଭଙ୍ଗାଯାଇ ଜବର ଦଖଲ ହୋଇଛି l କିନ୍ତୁ ଏଥିପ୍ରତି ପ୍ରଶାସନ ପଦକ୍ଷେପ ନେଉନି ଫଳରେ ଅସନ୍ତୋଷ ପ୍ରକାଶ ପାଉଛି l ଜ଼ିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟିଦେବା ସହ କାଞ୍ଜିଆହୁଦା ଜମିକୁ ସରକାରୀ ଖାତାକୁ ଅଣାଯାଇ କାଞ୍ଜିଆହୁଦା ନିର୍ମାଣପାଇଁ ବିଭିନ୍ନ ମହଲରେ ଦାବୀହୋଇଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ