କାମ ଧନ୍ଦା ନପାଇ ରାଜସ୍ଥାନ ଫେରିଲେ ଓଡ଼ିଆ ପ୍ରବାସୀ

କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):କୋଣାର୍କ ବସ ଷ୍ଟାଣ୍ଡ ଠାରେ ଲାଗିଥିବା ରାଜସ୍ତାନ ରୁ ଆସିଥିବା ଏକ ଘରୋଇ କମ୍ପାନୀ ପଠାଇଥିବା ଏକ ବସ ଯୋଗେ କୋଣାର୍କ ସମେତ କାକଟପୁର ଓ ନାଉଗାଁ ଆଦି ଅଂଚଳରୁ ଶହେ ରୁ ଉର୍ଦ୍ଧ ଓଡ଼ିଆ ପ୍ରବାସୀ କାଯ୍ଯ କରିବା ପାଇଁ ସୁଦୂର ରାଜସ୍ତାନ ଯାଇଥିବା ଦେଖିବାକୁ ମିଳିଛି। ବିଶ୍ଵ ମହାମାରୀ କରୋନା ର ଭୟା ଭୟାତା ଓ ତାଣ୍ଡବ ଲୀଳା ଯୋଗୁ ଏହି ପ୍ରବାସୀ ଓଡିଆ ମାନଙ୍କୁ ଓଡିଶା ସରକାର ସ୍ଵତନ୍ତ୍ର ବସ ଯୋଗେ ନିଜ ରାଜ୍ଯକୁ ଫେରାଇ ଆଣି ସଙ୍ଗରୋଧ କେନ୍ଦ୍ରରେ ରଖିଥିଲେ ଏବଂ ଏମାନଙ୍କ ଠାରେ କରୋନା ଭୁତାଣୁ ର କୌଣସି ଲକ୍ଷ୍ୟଣ ପରିଲକ୍ଷିତ ହୋଇନଥିଲା ଫଳରେ ସେମାନେ ନିଜ ନିଜ ଗାଁ କୁ ଫେରି ଯାଇଥିଲେ । ଏମାନଂକୁ କର୍ମ ସସ୍ତାନ ଯୋଗାଇ ଦେବା ପାଇଁ ପ୍ରତିଶ୍ରୁତି ମଧ୍ଯ ପ୍ରଦାନ କରିଥିଲେ ମାତ୍ର ସେମାନେ ଆସିବାର ତିନିମାସ ବିତିଯାଇଥିଲେ ମଧ୍ୟ ସେମାନଙ୍କୁ କୋଣସି କାମ ଧନ୍ଦା ମିଳି ନ ଥିଲା । ଫଳରେ ସେମାନଙ୍କ ପରିବାର ଦୁଦ୍ଦିର୍ନରେ କାଳାତିପାତ କରୁଥିଲେ। ଦି ଓଳି ଦି ମୁଠା ଖାଦ୍ୟ ନ ପାଇ ସେମାନେ ଶେଷରେ ପୂର୍ବରୁ ରାଜସ୍ଥାନ ରେ ଏକ ଘରୋଇ ସଂସ୍ଥାନ ରେ ମାର୍ବଲ ମୃତ୍ତି କାମ କରୁଥିବା ମାଲିକ ଙ୍କ ସହ ଯୋଗା ଯୋଗ କରଥିଲେ । ଆଜି ପୂର୍ବାହ୍ନରେ ସେଠାରୁ କମ୍ପାନୀ ପଠାଇ ଥିବା ବସ୍ ଯୋଗେ ରାଜସ୍ଥାନ ଆଭିମୁଖେ ଫେରି ଯାଉଥିବା ଦେଖିବାକୁ ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ