ଯୁବକଙ୍କୁ ଆକ୍ରମଣ ନେଇ ମାମଲା ରୁଜୁ

ବୁଗୁଡା, (ଅନିଲ କୁମାର ମହାରଣା) :୨୮/୭ ବୁଗୁଡା ଥାନା ଅନ୍ତର୍ଗତ ଗୋଲିଆ ଗ୍ରାମର ସମୀର ପ୍ରଧାନ ଓରଫ ପବନାଙ୍କୁ ଆକ୍ରମଣ ଘଟଣାରେ ବୁଗୁଡା ପୋଲିସ ଏକ ମାମଲା ରୁଜୁ କରିଥବା ବେଳେ ଆକ୍ରମଣ କରିଥବା ବ୍ୟକ୍ତିମାନେ ଫେରାର ଥିବା ଆଇଆଇସି ଚିତ୍ତରଞ୍ଜନ ବେହେରା ପ୍ରକାଶ କରିଛନ୍ତି। ସମରକୁ ଆକ୍ରମଣ ଯୋଗୁଁ ତାଙ୍କ ମୁଣ୍ଡ, ହାତ ଓ ଗୋଡ଼ରେ ଗୁରୁତର ଆଘାତ ଲାଗିଥିବା ଯୋଗୁଁ ବୁଗୁଡ଼ାରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରା ଯାଇଥିବା ବେଳେ ସେ ସେଠାରେ ଚିକିତ୍ସାଧୀନ ଅଛନ୍ତି। ସମୀରଙ୍କ ମାଆ କେତେଜଣ ବ୍ୟକ୍ତିଙ୍କ ନାମରେ ତାଙ୍କ ପୁଅକୁ ଆକ୍ରମଣ କରିଥିବା ନେଇ ବୁଗୁଡା ଥାନାରେ ଏତଲା ଦେବାପରେ ବୁଗୁଡା ଥାନା କେଶ ନଂ ୨୦୨/୨୦ ପ୍ରକାରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ବେଳେ ଯେଉଁମାନଙ୍କ ନାମରେ ଅଭିଯୋଗ ହୋଇଛି ସେମାନେ ଫେରାର ଥିବା ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ