୨୯ତମ ବାପୁନା କପ୍ ଟୁର୍ନାମେଣ୍ଟ :୨୦୨୫ରେ ଓଡ଼ିଶା ୨୩ ବର୍ଷରୁ କମ୍ ପୁରୁଷ ସମ୍ଭାବ୍ୟ ଦଳ ଚାମ୍ପିଅନ

କଟକ, (ଓ୍ବାଇଏନଏସ): ବିଦର୍ଭ କ୍ରିକେଟ ଆସୋସିଏସନ ଦ୍ୱାରା ଆୟୋଜିତ ୨୯ତମ ବାପୁନା କପ୍ ଟୁର୍ନାମେଣ୍ଟ ୨୦୨୫ (ଦୁଇ-ଦିନିଆ ଫର୍ମାଟ) ରେ ଓଡ଼ିଶା ୨୩ ବର୍ଷରୁ କମ୍ ପୁରୁଷ ସମ୍ଭାବ୍ୟ ଦଳ ଅଂଶଗ୍ରହଣ କରିଥିଲା। ଏହି ଟୁର୍ଣ୍ଣାମେଣ୍ଟରେ ପାଞ୍ଚଟି ଦଳ ଅଂଶଗ୍ରହଣ କରିଥିଲେ – ଓଡ଼ିଶା, ମହାରାଷ୍ଟ୍ର, କେରଳ, ବାପୁନା ଏକାଦଶ ଏବଂ ଦିନଶା ଏକାଦଶ। ଓଡ଼ିଶା ସମସ୍ତ ଅଂଶଗ୍ରହଣକାରୀ ଦଳ ବିପକ୍ଷରେ ଚାରୋଟି ମ୍ୟାଚ୍ ଖେଳିଥିଲା, ସମସ୍ତ ଚାରୋଟି ମୁକାବିଲା ଡ୍ର କରିଥିଲା। ଓଡ଼ିଶା ତିନୋଟି ମ୍ୟାଚ୍ ରେ ପ୍ରଥମ ଇନିଂସରେ ଅଗ୍ରଣୀ ହାସଲ କରିଥିଲା – ଦିନଶା ଏକାଦଶ, ବାପୁନା ଏକାଦଶ ଏବଂ ମହାରାଷ୍ଟ୍ର ବିପକ୍ଷରେ। କେରଳ ବିପକ୍ଷ ମ୍ୟାଚ୍ ବର୍ଷା ଯୋଗୁଁ ଧୋଇ ଯାଇଥିଲା, ଯେଉଁଥିରେ କେରଳ ୪ ପଏଣ୍ଟ ପାଇଥିଲା ଏବଂ ଓଡ଼ିଶା ୩ ପଏଣ୍ଟ ପାଇଥିଲା। ସାମଗ୍ରିକ ପ୍ରଦର୍ଶନ ଆଧାରରେ, ଓଡ଼ିଶା ୨୩ ବର୍ଷରୁ କମ୍ ସମ୍ଭାବ୍ୟ ଦଳକୁ ଟୁର୍ଣ୍ଣାମେଣ୍ଟର ଚାମ୍ପିଅନ୍ ବିବେଚିତ କରାଯାଇଛି। ଏହା ସହିତ, ଓଡ଼ିଶାର ମହମ୍ମଦ ଦାନିଶଙ୍କୁ ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ବୋଲର ପୁରସ୍କାର ସହିତ ୧୦,୦୦୦/- ନଗଦ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ସେ ୩ଟି ମ୍ୟାଚ୍ ରେ ୨.୫୨ ଇକୋନୋମି ହାର ସହିତ ୬ଟି ୱିକେଟ୍ ନେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ