3ଦିନ ଧରି ଜିଲ୍ଲା ପରିକ୍ରମା କରିବ ମହାରାଜା ଶ୍ରୀରାମଚନ୍ଦ୍ର ଜ୍ୟୋତିରଥ

ମୟୁରଭଞ୍ଜ,(ମୁରାରୀ ମୋହନ ମହାପାତ୍ର):ମୟୁରଭଞ୍ଜ ଜିଲ୍ଲାରେ ଓଡ଼ିଆ ଭାଷା ସାହିତ୍ୟ କଳା ସଂସ୍କୃତି ଐତିହ୍ୟ ଏବଂ ପର୍ଯ୍ୟଟନର ବିକାଶ ପାଇଁ ୨୦୦୩ ମସିହାରୁ ବାରିପଦାର ବୁଢା ବଳଙ୍ଗ, ଚିପଟ ଏବଂ ଇଟାଯୋଡ଼ି ନଦୀର ତ୍ରିବେଣୀ ସଙ୍ଗମ ସ୍ଥଳରେ ଅନୁଷ୍ଠିତ ହୋଇ ଆସୁଥିବା ବଳାଙ୍ଗୀ ମହୋତ୍ସବ କମିଟି ପକ୍ଷରୁ ବିଗତ ୯ ବର୍ଷ ଧରି ଜିଲ୍ଲାର ଚାରିଟି ଯାକ ଉପଖଣ୍ଡର ଅଧିବାସୀଙ୍କ ମଧ୍ୟରେ ସାଂସ୍କୃତିକ ସମନ୍ୱୟ ରକ୍ଷା ଏବଂ ଭାଇଚାରାର ପରମ୍ପରାକୁ ମଜଭୁତ କରିବା ଉଦେଶ୍ୟରେ ଅନୁଷ୍ଠିତ ହୋଇ ଆସୁଥିବା ବଳାଙ୍ଗୀ ସାଂସ୍କୃତିକ ଜାଗରଣ ଯାତ୍ରା (ବାଇକ ରେଲି ) ଏବଂ ମହାରାଜା ଶ୍ରୀରାମ ଚନ୍ଦ୍ର ଜ୍ୟୋତିରଥର ଜିଲ୍ଲା ପରିକ୍ରମା କାର୍ଯ୍ୟକ୍ରମ ଆଜି ସକାଳେ ୨ୟ ଶ୍ରୀକ୍ଷେତ୍ର ବାରିପଦା ଜଗନ୍ନାଥ ମନ୍ଦିର ନିକଟରେ ଉଦଘାଟିତ ହୋଇଯାଇଛି.
ଏହି ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ମୟୂରଭଞ୍ଜ ମହାରାଣୀ ରଶ୍ମି ରାଜ୍ୟ ଲଷ୍ମୀ ଭଞ୍ଜଦେଓ, ସମ୍ମାନିତ ଅତିଥି ଭାବରେ ବର୍ଷୀୟାନ ସାମ୍ବାଦିକ, ଗବେଷକ ଡ଼. ବିଜୟ ଅଗ୍ରୱାଲ, ଡା. କୈଳାଶ ଚନ୍ଦ୍ର ମହାନ୍ତି, ସମାଜସେବୀ ଜିତେନ୍ଦ୍ର ମହାନ୍ତି, ମୟୂରଭଞ୍ଜ ସାହିତ୍ୟ ପରିଷଦର ସମ୍ପାଦକ ମନୋଜ ଦଳବେହେରା, ମୂର୍ଚ୍ଛନା ଦାସ ପଟ୍ଟନାୟକ, ପଣ୍ଡିତ ଭାଗବତ ପଣ୍ଡା ଅଶୋକ ପଲେଇ, ଡ଼ ଶଶୀଧର ବିଶ୍ୱାଳ, ବରିଷ୍ଠ ସାମ୍ବାଦିକ ସୁକାନ୍ତ କୁମାର ଜୀଉ, ଇନ୍ଦୁମତି ମହାନ୍ତି, ସଂଯୁକ୍ତା ବସା, ବଳାଙ୍ଗୀ ମହୋତ୍ସବର ପ୍ରତିଷ୍ଠାତା ସମ୍ପାଦକ ଶରତ ଚନ୍ଦ୍ର ନାୟକ, ଅଧ୍ୟକ୍ଷ ଅରବିନ୍ଦ ଦାସ ପ୍ରମୁଖ ଯୋଗଦେଇ ସବୁଜ ପତକା ଦେଖାଇ ଜାଗରଣ ଯାତ୍ରାର ଶୁଭାରମ୍ଭ କରିଥିଲେ. ବଳାଙ୍ଗୀ ମୋହତ୍ସବ କମିଟିର କାର୍ଯ୍ୟକାରୀ ସମ୍ପାଦକ ଦୀପକ କୁମାର ନାୟକ, ଉପଦେଷ୍ଟା ନରେନ୍ଦ୍ର ମୋହନ ସେନାପତି ଏବଂ ବଳାଙ୍ଗୀ ସେନାର ଅଧ୍ୟକ୍ଷ କୁମାରେସ ନାୟକଙ୍କ ତତ୍ୱାବଧାନରେ ୫୦ରୁ ଉର୍ଦ୍ଧ ସଂସ୍କୃତି ସୈନିକ ଜାଗରଣ ଯାତ୍ରାରେ ସାମିଲ ହୋଇଥିବା ବେଳେ, ଏହି ଜାଗରଣ ଯାତ୍ରା ଏବଂ ମହାରାଜା ଶ୍ରୀରାମ ଚନ୍ଦ୍ର ଜ୍ୟୋତିରଥ ଆଜିଠାରୁ ୩ଦିନ ଧରି ସମଗ୍ର ଜିଲ୍ଲା ପରୀକ୍ରମା କରି ମୟୁରଭଞ୍ଜର କଳା ସଂସ୍କୃତି, ଐତିହ୍ୟର ପ୍ରଚାର ପ୍ରସାର ସହ ଜିଲାରେ ଭାଇଚାରାର ପରମ୍ପରାକୁ ସୁଦୃଢ କରିବ ବୋଲି ଜଣାଯାଇଛି. ଆଜି ପ୍ରଥମ ଦିନରେ ଏହି ଯାତ୍ରା କୁଳିଅଣା, କଳାବାଡିଆ, ଝାରପୋଖରୀଆ, ସାରସକଣା, ବାଙ୍ଗିରିପୋଷି, ବିଶୋଇ, ବିଜାତଳା, ପୁରୁଣାଘାଟି, ରାଇରଙ୍ଗପୁର, ବହଳଦା, ଜାମଦା ପର୍ଯ୍ୟନ୍ତ ଯିବ. ସେହିପରି ୮ତାରିଖ ଦ୍ଵିତୀୟ ଦିନ ଜାମଦାରୁ ବାହାରି ଗଢ଼ରାଇରଙ୍ଗପୁର, ଭାଲୁବସା, ଜଶିପୁର, ଖିଚିଂ, କରଞ୍ଜିଆ, ଠାକୁରମୁଣ୍ଡା, ଶରତ, କପ୍ତିପଦା ହୋଇ ଉଦଳାରେ ପହଂଚିବ. ସେହିପରି ୯ତାରିଖ ତୃତୀୟ ଦିନ ଉଦଳାରୁ ବାହାରି ଶୋଭାଯାତ୍ରା ଖୁଣ୍ଟା, ହରିପୁର ଗଡ଼, ବଡ଼ସାହି, ମାଣତ୍ରୀ, ପାଟୁଳିପୁରା, ବୈଶିଙ୍ଗା, ବେତନଟି, ଚିତ୍ରଡା, ମୋରଡା, ବାଘଡା, କୋଷ୍ଠା, ଶୁଳିଆପଦା, ଦେଉଳି ହୋଇ ବାରିପଦା ପଲବଣି ଗୋଲେଇରେ ପହଂଚିବା ପରେ ସହର ପରୀକ୍ରମା କରି ଛଉ ପଡିଆ ନିକଟରେ ଜାଗରଣ ଯାତ୍ରା ଉଦଯାପିତ ହେବ ବୋଲି ଜଣାଯାଇଛି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ