3 କୋଟି ଟଙ୍କା ବ୍ୟୟରେ ନିର୍ମିତ ବିଜୁ ସେତୁ ନିମ୍ନମାନର ନିର୍ମାଣ କାର୍ଯ୍ୟ ଯୋଗୁଁ ବିପଦସଂକୁଳ ଅବସ୍ଥାରେ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ମୋହନା ବ୍ଲକରେ 3 କୋଟି ଟଙ୍କା ବ୍ୟୟରେ ନିର୍ମିତ ଏକ ସେତୁ ବିପଦ ସଂକୁଳ ଅବସ୍ଥାରେ ରହିଛି. ନିମ୍ନମାନର ନିର୍ମାଣ କାର୍ଯ୍ୟ ଯୋଗୁଁ ଏହି ବିଜୁସେତୁ ବିପଦଜନ୍ନକ ଅବସ୍ଥାରେ ରହିଛି. ଏହି ବିଜୁ ସେତୁ ନିର୍ମାଣରେ 70 ଭାଗରୁ ଉର୍ଦ୍ଧ ସରକାରୀ ଅର୍ଥକୁ ଆତ୍ମସାତ କରାଯାଇଥିବା ଅଞ୍ଚଳବାସୀ ଅଭିଯୋଗ କରି ଭିଜିଲାନ୍ସ ତଦନ୍ତ ଦାବି କରିଛନ୍ତି. ଅଞ୍ଚଳବାସୀ ଅଭିଯୋଗ କରି କହିଛନ୍ତି ଯେ, ଗୁଣ୍ଡ୍ରିଗୁଡା ଠାରୁ ମୋହନା ରାସ୍ତାରେ ଏକ ପୋଲ ତିଆରି ହୋଇଥିଲା। ନିମ୍ନମାନର ନିର୍ମାଣ କାର୍ଯ୍ୟ ଯୋଗୁଁ ଦେଢ ବର୍ଷ ତଳେ ହୋଇଥିବା ଏହିପୋଲ ବର୍ତ୍ତମାନ ବିପଦପୁର୍ଣ ଅବସ୍ଥାରେ ପଡିରହିଛି. ପୋଲର ଗାର୍ଡଓ୍ୱାଲରେ ଫାଟ ସ୍ରୁଷ୍ଟି ହୋଇଛି। ଯାହାଫଳରେ ଗମନାଗମନ ବାଧାପ୍ରାପ୍ତ ହୋଇଛି। ଏହି ପୋଲ ଦେଇ ନିୟମିତ ଗୁଣ୍ଡ୍ରିଗୁଡା,ବଢେଇପୁର,ଧନୁପଂକା ଓ ନୂଆସାହିର ଗ୍ରାମବାସୀ ଯାତାୟତ କରିଥାନ୍ତି। ଛାତ୍ରଛାତ୍ରୀ ତଥା ଗ୍ରାମବାସୀ ସାଧାରଣତଃ ମୋହନା ବ୍ଲକ ଉପରେ ନିର୍ଭର କରିବା ସହ ଏହି ପୋଲ ଦେଇ ମୁଖ୍ୟତଃ ଯିବା ଆସିବା କରିଥାନ୍ତି. ୩କୋଟି ଟଂକାର ପ୍ରକଳ୍ପ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା କରାଯାଇଥିଲା। ଏହି ପ୍ରକଳ୍ପରେ ନିମ୍ନମାନର କାର୍ଯ୍ୟ ହୋଇଥିବା ଗ୍ରାମବାସୀ ଅଭିଯୋଗ କରି ବ୍ୟାପକ ଅର୍ଥ ଆତ୍ମସାତ ହୋଇଛି ବୋଲି କହିଛନ୍ତି. ପୋଲ ନିର୍ମାଣ ନେଇ ଭିଜିଲାନ୍ସ ଦ୍ୱାରା ତଦନ୍ତ କଲେ ବହୁ ରହସ୍ୟ ଲୋକଲୋଚନକୁ ଆସିବ ବୋଲି ଅଞ୍ଚଳ ବାସୀ ଦାବି କରିଛନ୍ତି. ସମ୍ପୃକ୍ତ ଅଧୀକ୍ଷଣ ଯନ୍ତ୍ରୀ ଉମାଶଙ୍କର ମଲ୍ଲିକଙ୍କୁ ମୋବାଇଲ ଦ୍ୱାରା ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ମୋବାଇଲ ଲିପ୍ଟ ନ କରିବା ଯୋଗୁଁ କୌଣସି ତାଙ୍କର ମତାମତ ହସ୍ତଗତ ହୋଇନାହିଁ.