୩ଟି କାର ଦୃର୍ଘଟଣା: ଅଳ୍ପକେ ବର୍ତ୍ତିଲେ ୭
ଛତ୍ରପୁର, (ଓ୍ବାଇଏନଏସ): ଚମାଖଣ୍ଡି ଥାନା ନିକଟ ଜାତୀୟ ରାଜପଥ ଠାରେ ଅଚାନକ ଗାଡି ଆଗକୁ ଏକ ଗାଇ ଆସିଯାଇଥିଲା ତାକୁ ବଚାଂଯାଇବାକୁ ଯାଇ ତିନୋଟି କାଇର ପଛକୁ ପଛ ଧକ୍କା ହୋଇଥିଲା । ଯାହାଫଳରେ ଦୁଇଟି କାରରେ ନିଆଁ ଲାଗି ଯାଇଥିବା ବେଳେ ଅଳ୍ପକେ ବର୍ତି ଯାଇଥିଲେ ୭ ଜଣ । ସୂଚନା ଥାଉକି ଭୁବନେଶ୍ୱରରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ଏକ କାର ଓଡି୦୨ସିଜି୦୭୬୩ ଆଗାକୁ ଏକ ଗାଇ ଆସିଯାଇଥିଲା । ଫଳରେ ଗାଡି ଚାଳକ ଅଚାନକ ଗାଡିର ବ୍ରେକ ମାରିଥିଲା । ଏହି ସମୟରେ ଉକ୍ତ ଗାଡି ପଛକୁ ଆସୁଥିବା ଏକ କାର ତାଙ୍କୁ ଧକ୍କା ଦେଇଥିଲା ଏବଂ ଦ୍ୱିତୀୟ କାର ପଛରୁ ଅନ୍ୟ ଏକ କାର କଟକରୁ କୋରାପୁଟ ଯାଉଥିବା ବେଳେ ସେ ମଧ୍ୟ ଦ୍ୱିତୀୟ କାର ଧକ୍କା ଦେଇଥିଲା । ଯାହାଫଳରେ ପ୍ରଥମ କାରକୁ ଛାଡିଦେଲେ ଅନ୍ୟ ଦୁଇଟି କାରରେ ଅଚାନକ ନିଆଁ ଲାଗିଯାଇଥିଲା । ତୁରନ୍ତ ଦୁଇଟି କାରରେ ବସିଥିବା ଲୋକମାନେ ଓହ୍ଲାଇ ପଡିଥିଲେ । କିଛି ସମୟ ମଧ୍ୟରେ ଦୁଇଟି କାରରେ ସର୍ମ୍ପୂ ଭାବେ ନିଆଁ ଲାଗିଯାଇଥିଲା । ଘଟଣାର ଖବର ପାଇଁ ଛତ୍ରପୁରରୁ ଦୁଇଟି ଦମକଳ ଗାଡି ଆସି ନିଆଁ କୁ ଆୟତ କରିଥିଲେ କିନ୍ତୁ ଗାଡି ଦୁଇଟି ସମ୍ପୂର୍ଣ୍ଣ ନିଆଁ ଲାଗି ନଷ୍ଟ ହୋଇଯାଇଥିଲା । ୭ ଜଣ ବଡ ଦୃର୍ଘଟଣାରୁ ବର୍ତି ଯାଇଥିବା ବେଳେ ୨ଜଣ ସମାନ୍ୟ ଆହାତ ହୋଇଥିଲେ । ତାଙ୍କୁ ଛତ୍ରପୁର ମେଡିକାଲରେ ଚିକିତ୍ସା ପାଇଁ ଭର୍ତି କରାଯାଇଥିଲା । ଦୃର୍ଘଟଣା ପରେ ଦୁଇ ପାଶ୍ୱର୍ରେ ଗାଡି ସବୁ ଅଟକି ରହିଥିଲା ଘଟଣା ସ୍ଥଳରେ ଥାନା ଅଧିକାରୀ ସବ୍ୟସାଚ୍ଚି ମଲ୍ଲ ପହଂଚିବା ପରେ ଗାଡି ଚଳାଚଳ ସ୍ୱାଭାବିକ ହେବାସହ ଘଟଣାର ତଦନ୍ତ ଜାରି ରଖିଛନ୍ତି । ଜାତୀୟ ରାଜପଥରେ ଗାଇ ବୁଲୁଥିବାରୁ ଏବେ ଦୃର୍ଘଟଣା ଘଟୁଛି ତେଣୁ ଏଥିପ୍ରତି ଜିଲା ପ୍ରଶାସନ ଏଥିଏପରେ ଧ୍ୟାନ ଦେବା ଜରୁରୀ ହୋଇପଡିଛି ।