ହାଟଡିହି କଲେଜରେ +୩ ବିଜ୍ଞାନ ଓ ବାଣିଜ୍ୟ ଖୋଲିଲା
ହାଟଡିହି (ପାର୍ଥ ସୌରଭ ସା): କେନ୍ଦୁଝର ଜିଲା ହାଟଡିହି ବ୍ଲକ ଜିଲ୍ଳାର ସର୍ବ ବୃହତ ବ୍ଲକ ହେଇଥିଲେ ବି ଏଠାରେ ଉଚ୍ଚ ଶିକ୍ଷାର ବ୍ୟବସ୍ଥା ହୋଇନଥିଲା। ଫଳରେ ଏ ଅଞ୍ଚଳର ପିଲାମାନେ ଯୁକ୍ତ ୩ବିଜ୍ଞାନ, ବାଣିଜ୍ୟ ପଢ଼ିବାକୁ ଦୁର ଦୁରନ୍ତକୁ ଯାଉଥିଲେ। ଏହାକୁ ନେଇ ଅଭିଭାବକ ଓ ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଥିଲା। ଏନେଇ ବାରମ୍ବାର ଗଣ ମାଧ୍ୟମରେ ଖବର ପ୍ରକାଶ ପାଇବା ସହ ହାଟଡିହି କଲେଜ କର୍ତୃପକ୍ଷ, ସ୍ଥାନୀୟ ବିଧାୟକ ଓ କଲେଜ ର ପୁରାତନ ଛାତ୍ରଛାତ୍ରୀ ମାନେ ଉଚ୍ଚ ଶିକ୍ଷା ବିଭାଗର ଅଧିକାରୀଙ୍କୁ ଭେଟି +୩ ବିଜ୍ଞାନ ଓ ବାଣିଜ୍ୟ ଖୋଲିବା ପାଇଁ ଦାବି କରିଆସୁଥିଲେ। ଇତିମଧ୍ୟରେ ଓଡିଶା ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗର ଚିଠି ନଂ ୨୫୯୬, ଆରଡିଇ / ବିଏଲଏସ/ ଜି.ଆଇ ୧୮/୭/୨୦୨୫ ରିଖ ଦ୍ବାରା ହାଟଡିହି ଆଞ୍ଚଳିକ ବିଦ୍ୟାଳୟରେ ର +୩ ବିଜ୍ଞାନ (ସମ୍ମାନ) ଅନ୍ତର୍ଗତ ଫିଜିସ୍କିରେ ୨୪, କେମେଷ୍ଟ୍ରିରେ ୨୪, ଗଣିତରେ ୨୪, ବଟାନିରେ ୧୬ ଏବଂ ଜୁଲୋଜି ୧୬ଟି ସିଟ୍ ପାଇଁ ଅନୁମତି ମିଳିଛି। ସେହିପରି ବାଣିଜ୍ୟ (ସମ୍ମାନ) ରେ ୩୨ଟି ସିଟ୍ ପାଇଁ ଶିକ୍ଷାବର୍ଷ ୨୦୨୫-୨୬ ଠାରୁ ଅନୁମତି ମିଳିଛି। ଯାହାକୁ ନେଇ ଏହି ଅଞ୍ଚଳର ଶିକ୍ଷାବିତ୍, ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି। ଏଭଳି ଅନୁମତି ପ୍ରଦାନ କରିଥିବାରୁ କଲେଜର ଅଧ୍ୟକ୍ଷ ଚିତ୍ତରଞନ ରାଉତ ମୁଖ୍ୟମନ୍ତ୍ରୀ, ଉଚ୍ଚ ଶିକ୍ଷା ମନ୍ତ୍ରୀ, କେନ୍ଦୁଝର ସାଂସଦ, ଉଚ୍ଚ ଶିକ୍ଷା ବିଭାଗର ଅଧିକାରୀ ଓ ଆନନ୍ଦପୁର ବିଧାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି ।