କାର -ବାଇକ ମୁହାଁ ମୁହିଁ ଧକ୍କାରେ ୩ ଗୁରୁତର

ମୋହନା (ଅଂଶୁମାନ ପଣ୍ଡା):ଗଜପତି ଜିଲ୍ଲା ମୋହନା ଥାନା ଚାନ୍ଦିପୁଟ ଚର୍ଚ୍ଚ ନିକଟରେ କାର – ବାଇକ ମଧ୍ୟରେ ମୁହାଁ ମୁହିଁ ଧକ୍କା । ଫଳରେ ବାଇକ ରେ ଥିବା 3 ଜଣ ଗୁରୁତର ଆହତ ହୋଇଛନ୍ତି । ସେମାନେ ହେଲେ ମାଣିକପୁର ଗାଁର ଶୁକଦେବ ପାଇକ, ଜଗବନ୍ଧୁ ପାଇକ ଓ ଲିଟୁ ଦଳାଇ । ସୂଚନା ପ୍ରକାରେ ଏକ କାର ଚନ୍ଦ୍ରଗିରି ରୁ ବ୍ରହ୍ମପୁର ଯାଉଥିଲା ଏହି ସମୟରେ ଚାନ୍ଦିପୁଟ ରୁ 3 ଜଣ ଗୋଟିଏ ବାଇକ ରେ ମାଣିକପୁର ଯାଉଥିବା ବେଳେ ମୁହାଁ ମୁହିଁ ଧକ୍କା ହୋଇଥିଲା । ଗୁରୁତର 3 ଜଣଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଚନ୍ଦ୍ରଗିରି ମେଡିକାଲରେ ଭର୍ତ୍ତି କରିଥିଲେ ପରେ ବ୍ରହ୍ମପୁର ମେଡିକାଲକୁ ଡାକ୍ତର ସ୍ଥାନାନ୍ତର କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ