ଗଜପତିରେ ଖୋଲାଯିବ 3 ଗୋଟି ସବ-ରେଜିଷ୍ଟେର ଅଫିସ: ଡିଏସଆର ଶ୍ରୀ ଦାସ
ପାରଳାଖେମୁଣ୍ଡି, 2/2(ତାରିଣୀ ପ୍ରସାଦ ପଣ୍ଡା ): ଗଜପତି ଜିଲ୍ଲାରେ ଆଗାମୀ 5 ତାରିଖ ଦିନ 3 ଗୋଟି ସ୍ଥାନରେ ସବ-ରେଜିଷ୍ଟେର ଅଫିସ ଖୋଲାଯିବା ନିଷ୍ପତ୍ତି ହୋଇଛି ବୋଲି ଜିଲ୍ଲା ମହକୁମା ପାରଳାଖେମୁଣ୍ଡି ଠାରେ ନୂତନ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ଜିଲ୍ଲା ସବ-ରେଜିଷ୍ଟେର କେଶବ ଚନ୍ଦ୍ର ଦାସ ପ୍ରକାଶ କରିଛନ୍ତି। ସେ କହିଛନ୍ତିଯେ ବର୍ତ୍ତମାନ ଗଜପତି ଜିଲ୍ଲାର ମୋହନା ଓ କାଶୀନଗର ଠାରେ ସବ-ରେଜିଷ୍ଟେର ଅଫିସ କାର୍ଯ୍ୟ କରୁଛି। ଜନ ସାଧାରଣଙ୍କ ସୁବିଧା ପାଇଁ ସରକାରଙ୍କ ନିଷ୍ପତ୍ତିକ୍ରମେ ବର୍ତ୍ତମାନ ଗଜପତି ଜିଲ୍ଲାର ଗୁମ୍ମା, ନୂଆଗଡ ଓ ରାୟଗଡ ଆଦି 3 ଗୋଟି ବ୍ଲକ ହେଡ଼କ୍ଵାଟରରେ ଆଗାମୀ 5 ତାରିଖ ଠାରୁ 3 ଗୋଟି ସବ-ରେଜିଷ୍ଟେର ଅଫିସ ଖୋଲାଯିବ। ଓଏଏସ ଟ୍ରେନିଂ ସମାପ୍ତ କରି ପାରଳାଖେମୁଣ୍ଡି ସବ-ରେଜିଷ୍ଟେର ଭାବେ କେଶବ ଚନ୍ଦ୍ର ଦାସ ପ୍ରଥମ କରି ଦାୟିତ୍ୱ ଭାର ଗ୍ରହଣ କରିଛନ୍ତି। ଲୋକଙ୍କ ସେବାକୁ ସେ ପ୍ରାଧାନ୍ୟତା ଦେବେ ବୋଲି ପ୍ରକାଶ କରି କହିଛନ୍ତି, ଜିଲ୍ଲା ସବ-ରେଜିଷ୍ଟେର ଅଫିସର ସମସ୍ତ କାର୍ଯ୍ୟକ୍ରମ ସରକାରୀ ନିୟମ ଅନୁଯାୟୀ ଜନ ସାଧାରଣଙ୍କ ସୁବିଧା ପାଇଁ ମୁଁ କାର୍ଯ୍ୟ କରିଵି।


