ନିଆଁରେ ପୋଡ଼ିଯାଇ ୩ବର୍ଷର ଶିଶୁ ଗୁରୁତର
ହାଟଡିହି (ଓ୍ବାଇଏନଏସ): ହାଟଡିହି ବ୍ଲକ ସୁନ୍ଦରପାଳ ଗ୍ରାମରେ ନିଆଁରେ ପୋଡ଼ିଯାଇ ଜଣେ ୩ବର୍ଷର ଶିଶୁ ଗୁରୁତର ହୋଇଛି। ସୂଚନା ଅନୁଯାଇ ସୁନ୍ଦରପାଳ ଗ୍ରାମର ଶାନ୍ତନୁ ନାଇକଙ୍କ ଘରେ ରୋଷେଇ କରୁଥିବା ବେଳେ ତିନି ବର୍ଷର ପୁଅ ଚୁଲି ମୁଣ୍ଡରେ ବସିଥିଲା। କୌଣସି କାରଣରୁ ଅକସ୍ମାତ ଛୁଆଟି ର ପିନ୍ଧା ସାର୍ଟରେ ନିଆଁ ଲାଗି ଯାଇଥିଲା। ଫଳରେ ଶିଶୁଟିର ଦେହ ସାରା ନିଆଁ ରେ ପୋଡ଼ିଯାଇ ଢାଲ ଉତୁରି ଯାଇଛି। ପରିବାର ଲୋକେ ଗୁରୁତର ଅବସ୍ଥାରେ ଶିଶୁ ଟିକୁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ନେଇଛନ୍ତି।


