୩ ବର୍ଷର ଶିଶୁ ଜାତୀୟ ସ୍ତରରେ ସମ୍ମାନିତ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ସୌର ଜଗତର ଗ୍ରହ ମାନଙ୍କୁ ଚିହ୍ନଟ କରି ନିର୍ଭୁଲ ଭାବେ ସେମାନଙ୍କ ନାମ କହି ପାରୁଥିବା ଜଣେ ୩ ବର୍ଷ ବୟସର ଶିଶୁ ଜାତୀୟ ସ୍ତରରେ ରେକର୍ଡ ସୃଷ୍ଟି କରି ସମ୍ମାନିତ ହୋଇଛନ୍ତି। ଶିଶୁ ଜଣକ ହେଲେ ଦିଗପହଣ୍ଡି ମାଣିକେଶ୍ଵରୀ ନଗର ରେ ରହୁଥିବା ଗଡ ଚୈତନ୍ୟପୁର ଶାସନ ସାହି ର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଗିରୀଶ ଚନ୍ଦ୍ର ମିଶ୍ରଙ୍କ ନାତି ତଥା ଦୀପିକା ମିଶ୍ର ଙ୍କ ପୁଅ ମୋକ୍ଷିତ ମିଶ୍ର। ଶିଶୁଟିର ଏଭଳି ବିରଳ ତଥା ବିଚକ୍ଷଣ ପ୍ରତିଭା ପାଇଁ କେନ୍ଦ୍ର ସରକାରଙ୍କ ସୂକ୍ଷ୍ମ ,କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରଣାଳୟ ସ୍ବୀକୃତି ପ୍ରାପ୍ତ ଚାଇଲ୍ଡ ଡ୍ରିମ୍ ବୁଷ୍ଟର ହବ୍ ‘ବୁକ୍ ଅଫ୍ ରେକର୍ଡସ୍ ‘ ତାଙ୍କୁ ସମ୍ମାନିତ ଓ ପ୍ରଶଂସିତ କରିଛନ୍ତି। ଶିଶୁ ସମୟରୁ ଏଭଳି ସଫଳତା ମିଳିବା ପ୍ରଚାରିତ ହେବା ପରେ ଶିଶୁ ମୋକ୍ଷିତ ଙ୍କୁ ଦେଖିବା ପାଇଁ ଗିରୀଶ ଙ୍କ ବାସଭବନରେ ଭିଡ଼ ଜମିବା ସହ ବିଭିନ୍ନ ମହଲରୁ ଶିଶୁଟିର ଉଜ୍ଜଳ ଭବିଷ୍ୟତ କାମନା କରାଯାଇଛି। ଶିଶୁଟିର ବିଚକ୍ଷଣ ମେଧାଶକ୍ତିର ବିକାଶ ତଥା ସଫଳତା ହାସଲ ପଛରେ ତାଙ୍କ ଆଈ ସ୍ମିତା ମିଶ୍ର, ମାଉସୀ ଅଙ୍କିତା ମିଶ୍ର ଏବଂ ମାମୁଁ ପ୍ରତ୍ୟୁଷ ମିଶ୍ରଙ୍କ ପ୍ରେରଣା ରହିଥିବା ଜଣାପଡିଛି।


