ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନାରେ ଦ୍ଵିତୀୟ ପର୍ଯ୍ୟାୟରେ ଜିଲ୍ଲାରୁ ପୁରୀ ଅଭିମୁଖେ ଯାତ୍ରା କଲେ ୩୦୦ ଶ୍ରଦ୍ଧାଳୁ
ଛତ୍ରପୁର, (ଓ୍ବାଇଏନଏସ): ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନାରେ ଆଜି ଦ୍ଵିତୀୟ ପର୍ଯ୍ୟାୟରେ ଗଂଜାମ ଜ଼ିଲ୍ଲାର ବିଭିନ୍ନ ଅଂଚଳରୁ ଆସିଥିବା ପ୍ରାୟ ୩୦୦ ଜଣ ଶ୍ରଦ୍ଧାଳୁ ମାନେ ୧୦ଟି ସୁସଜ୍ଜିତ ଶୀତତାପ ନିୟନ୍ତ୍ରିତ ବସରେ ଛତ୍ରପୁରରୁ ପୁରୀ ଅଭିମୁଖେ ଯାତ୍ରା କରିଛନ୍ତି । ସ୍ଥାନୀୟ ନୂତନ ବସଷ୍ଟାଣ୍ଡ ଠାରେ ବସଗୁଡିକୁ ବର୍ଣ୍ଣାଢ୍ୟ ଶୋଭାଯାତ୍ରାରେ ପୁରୀ ଅଭୁମୁଖେ ଯାଇଥିଲା l ଏହାକୁ ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ ଉପସ୍ଥିତ ରହି ପତାକା ଦେଖାଇ ଶୁଭଆରମ୍ଭ କରିଥିଲେ l ଏହି ଅବସର ରେ ଗଞ୍ଜାମ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଡ଼ଃ ପ୍ରମୋଦ କୁମାର ପୃଷ୍ଟି, ଜ଼ିଲ୍ଲା ପର୍ଯ୍ୟଟନ ଅଧିକାରୀ ଜନକ ତରାଇ, ମୁନିସିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ଅଧିକ୍ଷିକ ଡାକ୍ତର ସ୍ୱାଧୀନ ରଥ,ଓଏସ ଆର ଟି ସି ଜିଲ୍ଲା ସଂଯୋଜକ ବିଶ୍ୱ ରଂଜନ ମହାନ୍ତି, ଡିସ୍ଟିକ ମ୍ୟାନେଜର ବ୍ରହ୍ମପୁର ଡିପୋ ଅରବିନ୍ଦ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ଶ୍ରଦ୍ଧାଳୁ ଙ୍କ ସୁବିଧା ଅସୁବିଧା ବୁଝିବା ପାଇଁ ଏସ୍କର୍ଟ ଅଫିସର ଓ ପାରାମେଡିକାଲ ଷ୍ଟାଫ ସାଥିରେ ଯାଇଛନ୍ତି । ଏହି ଯୋଜନାରେ ସମସ୍ତ ଙ୍କୁ ପୁରୀର ବୃନ୍ଦାବତୀ ନିବାସରେ ସମସ୍ତ ବ୍ୟବସ୍ଥା, ମହାପ୍ରସାଦ ସେବନ ଏବଂ ନିରାମିଷ ଭୋଜନର ବ୍ୟବସ୍ଥା କରାଯାଇଛି । ଏହି ଯୋଜନା ମାଧ୍ୟମରେ ବରିଷ୍ଠ ନାଗରିକ, ବିଧବା ମହିଳା, ଆର୍ଥିକ ଦୁର୍ବଳ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କୁ ପୁରୀ ଶ୍ରୀମନ୍ଦିରକୁ ନିଶୁଳ୍କ ଯାତ୍ରା ସୁବିଧା ଯୋଗାଇ ଦିଆଯାଇଛି । ଏହି ଅବସରରେ ଶ୍ରଦ୍ଧାଳୁ ଙ୍କୁ ତୀର୍ଥ ଯାତ୍ରା ସମୟରେ ଆବଶ୍ୟକୀୟ ସାମଗ୍ରୀ ବଣ୍ଟନ କରାଯାଇଥିଲା । ସେମାନେ ସମସ୍ତ ସୁବିଧା ପାଇଁ ସଂଜୁ ବେହେରା ଓ ଭିକାରି ବିଷୋୟୀ ଏବଂ ଅନ୍ୟାନ୍ୟ ହିତାଧିକାରୀ ମାନେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନ ଙ୍କୁ ସାଧୁବାଦ ଜ୍ଞାପନ କରିଥିଲେ ।


