ମନ୍ତ୍ରୀଙ୍କ ୫୦ତମ ଜନ୍ମଦିନ: ୩୦୦ ୟୁନିଟ୍ ରକ୍ତ ସଂଗ୍ରହ ଓ ଚାରା ବଣ୍ଟନ
ପୋଲସରା (ଅନୀଲ କୁମାର ମହାରଣା): ପୋଲସରା ବିଧାୟକ ତଥା ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ଏବଂ ଅଣୁ,କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗର ମାନ୍ୟବର ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ୫୦ ତମ ଜନ୍ମ ଦିବସ ଜାନୁଆରୀ ୫ ତାରିଖ ସୋମବାର ଦିନ ପୋଲସରା ଲୁଣିଘାଟି ପଡିଆରେ ପାଳିତ ହୋଇଯାଇଛି। ମିଟୁ ସେନା ପକ୍ଷରୁ ମନ୍ତ୍ରୀଙ୍କ ଜନ୍ମଦିନ ଉପଲକ୍ଷେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ୩୦୦ ୟୁନିଟ ରକ୍ତ ସଂଗ୍ରହ ହୋଇଥିବା ଜଣାପଡିଛି। ଏହି କାର୍ଯ୍ଯକ୍ରମରେ ମୁଖ୍ଯ ଅତିଥି ଭାବରେ ମାନ୍ଯବର ମନ୍ତ୍ରୀ ଶ୍ରୀ ମଲ୍ଲିକ ଯୋଗ ଦେଇ ଆୟୋଜିତ ସ୍ୱାସ୍ଥ୍ଯ ପରୀକ୍ଷା ଶିବିର, ଚକ୍ଷୁ ପରୀକ୍ଷା ଶିବିର, ରକ୍ତଦାନ ଶିବିର ଓ ଚାରା ବଣ୍ଟନ କାର୍ଯ୍ୟର ଶୁଭାରମ୍ଭ କରିଥିଲେ। ମିଟୁ ସେନା ପକ୍ଷରୁ ଅନୁଷ୍ଠିତ ଏହି ଭବ୍ଯ କାର୍ଯ୍ଯକ୍ରମ ତଥା ଜନସେବାର ବିଶେଷ ଉଦ୍ଯମ ପାଇଁ ମିଟୁ ସେନାର ସମସ୍ତ ସଦସ୍ଯମାନଙ୍କୁ ମାନ୍ଯବର ମନ୍ତ୍ରୀ ଧନ୍ଯବାଦ ଦେବା ସହ କୃତଜ୍ଞତା ଜଣାଇଛନ୍ତି। ଶ୍ରୀ ମଲ୍ଲିକଙ୍କ ଜନ୍ମ ଦିବସ ଉତ୍ସବରେ ମାନ୍ଯବର ମନ୍ତ୍ରୀ ବିଭୂତି ଭୂଷଣ ଜେନା, କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ, ସୋରଡ଼ା ବିଧାୟକ ନୀଳମଣି ବିଶୋୟୀ, ଚିକିଟି ବିଧାୟକ ମନୋରଞ୍ଜନ ଦ୍ଯାନସାମନ୍ତରାୟ, ବିଧାୟକ ସାରଦା ପ୍ରସାଦ ପ୍ରଧାନ, ଘୁମୁସର ଜିଲ୍ଲା ସଭାପତି ନୀଳମାଧବ ପାତ୍ର, ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ଘୁମୁସର ଜିଲ୍ଲା ଉପ-ସଭାପତି ପ୍ରଭାକର ପଣ୍ଡା ଯୋଗ ଦେଇଥିଲେ। ଏହି ଅବସରରେ ଓଡି଼ଆ ଅଭିନେତ୍ରୀ ତଥା କଣ୍ଠଶିଳ୍ପୀ ଅନୁରାଧା ପାଣିଗ୍ରାହୀ ମନଛୁଆଁ ସଙ୍ଗୀତ ପରିବେଷଣ କରି ଉପସ୍ଥିତ ପୋଲସରା ବାସୀଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ। ଏହି କାର୍ଯ୍ଯକ୍ରମରେ ବିପୁଳ ସଂଖ୍ଯାରେ ସ୍ଥାନୀୟ ବାସିନ୍ଦା ସାମିଲ ହୋଇ ସ୍ୱାସ୍ଥ୍ଯ ଓ ଚକ୍ଷୁ ପରୀକ୍ଷା କରେଇଥିଲେ। କୃଷ୍ଣଚନ୍ଦ୍ର ମହାପାତ୍ର, କେଦାରନାଥ ମହାରଣା, ଗୋପିନାଥ ସ୍ୱାଇଁ, ମାନସ ପ୍ରଧାନ, ମନୋଜ କୁମାର ଖଟୁଆ ପ୍ରମୁଖ ପରିଚାଳନା କରିଥିବା ବେଳେ ସଫଳତାର ସହିତ ସମାପନ କରିବା ଦିଗରେ ମିଟୁ ସେନାର କର୍ମକର୍ତ୍ତା ପ୍ରକାଶ ମହାରଥା, କାର୍ତ୍ତିକ ମଙ୍ଗଳ, ରାମକୃଷ୍ଣ ପ୍ରଧାନ, ମୋତିରାମ ସାହୁ, ପ୍ରସନ୍ନ ଡାକୁଆ, ପ୍ରଶାନ୍ତ ସାହୁ, କୃଷ୍ଣଚନ୍ଦ୍ର ଜେନା, ସୁଶୀଲ ପ୍ରଧାନ ଓ ଭାଗବାନ ଜେନା ପ୍ରମୁଖ ସହଯୋଗ କରିଥିଲେ।


