ହେପାଟାଇଟ୍‌ସ ମୁକ୍ତ ଭାରତ

ଭୁବନେଶ୍ୱର, (ଓ୍ବାଇଏନ୍ଏସ୍) : ଯକୃତ ବା ଲିଭର ହେଉଛି ମଣିଷ ଶରୀରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ । ଅମେ ତାହାର ଯତ୍ନ ନେବା ଆବଶ୍ୟକ । ନ ହେଲେ ସେହି ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ହେପାଟାଇଟସ୍ ‘ବି’ର ଶିକାର ହୋଇ ମାରାତ୍ମକ କ୍ୟାନ୍‌ସରରେ ପରିଣତ ହେବ । ପ୍ରତିବର୍ଷ ଜୁଲାଇ ୨୮ ତାରିଖରେ ଯକୃତ ରୋଗ ନିରାକରଣ ଦିବସ ପାଳନ କରାଯାଏ । ଏହାର ସଂଗଠକ ଭାବରେ ୧୧ଟି ମୋଡ଼ିକାଲ କଲେଜ ସହିତ ଓଡ଼ିଶାର ଡ଼ାକ୍ତର ଅଶୋକ ଚୌଧୁରୀ (ସମ୍ପ୍ରତି ନୂଆଦିଲ୍ଲୀର ଆଇଏଲବିଏସ୍‌ର ବିଶେଷଜ୍ଞ), ଡ଼ାକ୍ତର ମନୋରଞ୍ଜନ ବେହେରା (ଯୁଗ୍ମ ସଂଯୋଜକ) ଭାବରେ ଅବସ୍ଥାପିତ ଅଛନ୍ତି । ବିଶ୍ୱରେ ବାସ କରୁଥିବା ଯକୃତ ଆକ୍ରାନ୍ତ ରୋଗୀମାନଙ୍କ ମଧ୍ୟରୁ ୪୦ ମିଲିୟନ ଭାରତୀୟ ଏହି ରୋଗ ଦ୍ୱାରା ଆକ୍ରାନ୍ତ । ଏହି ରୋଗ ଦିନକୁ ଦିନ ଆଲାରାମ ଘଣ୍ଟା ବାଜିଲା ପରି ବଢିଚାଲିଛି ଓ ପୁରୁଷମାନଙ୍କ କ୍ଷେତ୍ରରେ ଏହା ‘ଚତୁର୍ଥ ସାଧାରଣ ରୋଗ’ ସୂଚିତ ହୋଇଛି । ଏହା ଭୂତାଣୁ ଦ୍ୱାରା ସଂକ୍ରମିତ ହୁଏ ଓ ଯକୃତକୁ ଆକ୍ରମଣ କରି ସ୍ଥାୟୀ ରୋଗ ଭାବରେ ଶରୀରରେ ରୁହେ । ଆହୁରି ମଧ୍ୟ ଅନେକ କ୍ଷେତ୍ରରେ ମାଆ ଠାରୁ ଶିଶୁକୁ ଏହି ରୋଗ ସଂକ୍ରମିତ ହୁଏ । ଏହା ଯେହେତୁ ଭୂତାଣୁ ଜନିତ ରୋଗ ଅନେକାଂଶରେ ଦେଖାଯାଏ ଗୋଟିଏ ଗୋଟିଏ ପରିବାରରେ ପ୍ରାୟତଃ ସମସ୍ତେ ସଂକ୍ରମିତ ହୋଇଥାଆନ୍ତି । ପ୍ରାଥମିକ ଅବସ୍ଥାରୁ ଆମେ ଯଦି ରକ୍ତ ପରୀକ୍ଷା କରିବା ସହିତ ଡ଼ାକ୍ତରୀ ଚିକିତ୍ସା କରିବା, ତାହେଲେ ସମ୍ପୂର୍ଣ୍ଣ ରୂପେ ଏହି ରୋଗ ଆରୋଗ୍ୟ ହୋଇପାରିବ । ଯଦି ଆମେ ଲୋକମାନଙ୍କ ପାଖରେ ସଚେତନତାର ବାର୍ତ୍ତା ପହଞ୍ଚାଇପାରିବା ଏବଂ ଆମେ ନିଜେ ପରିଷ୍କାର ପରିଚ୍ଛନ୍ନ ପୂର୍ବକ ନିୟମିତ ଖାଦ୍ୟପେୟ ଉପରେ ଗୁରୁତ୍ୱ ଦେବା, ତାହେଲେ ଏହା ବହୁ ପରିମାଣରେ ରୋକାଯାଇ ପାରିବ । ବଡ଼ ସୁଖର କଥା ୧୯୮୨ ମସିହାରୁ ହେପାଟାଇଟସ୍ ‘ବି’ର ପ୍ରତିରୋଧ ନିମନ୍ତେ ଟୀକା ଉପଲବ୍ଧ ହେଲାଣି କିନ୍ତୁ ଏହାର ମୂଳୋତ୍ପାଟନ ପାଇଁ ୨୦୩୦ ମସିହା ସୁଦ୍ଧା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଲକ୍ଷ୍ୟ ରଖିଛି । ଏହା ପ୍ରଥମଥର ପାଇଁ ଆନ୍ତର୍ଜାତିକ ସହଯୋଗରେ ସବୁ ମେଡ଼ିକାଲ କଲେଜର ବିଖ୍ୟାତ ଗବେଷକମାନେ ଏଥିରେ ଯୋଗ ଦେଇଥିଲେ । ଏଥିରେ ୟୁ.ଇ.ଏ, କାନାଡ଼ା, ସିଙ୍ଗାପୁର, ଅଷ୍ଟ୍ରେଲିଆ, ପାକିସ୍ତାନ, ବାଲାଂଦେଶ, ନେପାଳ, ଇଣ୍ଡୋନେସିଆ, ସାଉଦିଆରବ ଇତ୍ୟାଦି ଦେଶମାନଙ୍କର ୧୨୦୦ ଅଧିକାରୀଙ୍କ ସମେତ ଭାରତରୁ ଡ଼ାକ୍ତରମାନେ ଯୋଗ ଦେଇଥିଲେ । ସେମାନଙ୍କ ମଧ୍ୟରୁ ମେଡ଼ିସିନ୍ ବିଭାଗର ଅବସରପ୍ରାପ୍ତ ପ୍ରଫେସର ଡ଼ାକ୍ତର ସିଦ୍ଧାର୍ଥ ଦାସ, ବୁର୍ଲା ଭିମସାର ପ୍ରଫେସର ଡ଼ାକ୍ତର ଲିଟନ କୁମାର ମେହେର ପ୍ରମୁଖ ଯୋଗ ଦେଇଥିଲେ । ଲିଭର ପେସେଣ୍ଟ ଫାଉଣ୍ଡେସନ କର୍ମଶାଳାରେ ଅତିଥି ଭାବରେ ହୋଚିମିନ୍ ସହରର ଡ଼କ୍ଟର ମଦନ ମୋହନ ସେଠୀ ଯୋଗ ଦେଇଥିଲେ ଓ ଭାରତର ଇଞ୍ଜିନିୟର ଉମାକାନ୍ତ ପାଣି ଏବଂ ପ୍ରଶାନ୍ତ ମହାନ୍ତି ଧନ୍ୟବାଦ ଦେଇଥିଲେ ।

Share

Leave a Reply

Your email address will not be published. Required fields are marked *

error: Content is protected !!