ସରପଞ୍ଚଙ୍କ ସ୍ୱାମୀଙ୍କ ମନମୁଖୀ, ଦେଖା ମେଳୁନି ସରପଞ୍ଚଙ୍କ ପଂଚାୟତ ବାସୀ ଅସନ୍ତୋଷ

ମୋହନ, (ଅଂଶୁମାନ ପଣ୍ଡା) : ଗଜପତି ଜିଲ୍ଲାର ଅନ୍ତର୍ଗତ ବୃହତ ପଂଚାୟତ ସମିତି ଭାବେ ମୋହନା ବ୍ଲକ ଗଣିତ ହେଉଥିବାବେଳେ ଏହାର ପଂଚାୟତ ସଂଖ୍ୟା ୩୯ଅଟେ, ଏକସୁନ୍ଦର ଓ ମଜୁବୁତ ବ୍ଲକ ଭାବେ ପରିଗଣିତ କରିବା ପାଇଁ ସ୍ଥାନୀୟ ବିଧାୟକ, ପ୍ରଶାସନିକ ଅଧିକାରୀ ଚେଷ୍ଟିତ ଥିବା ବେଳେ କିଛି ନିର୍ବାଚିତ ପ୍ରତିନିଧିଙ୍କ ଯୋଗୁ ତାହା ଏଠାରେ ସମ୍ଭବ ହୋଇପାରୁନଥିବା ସାଧାରଣରେ ଆଲୋଚନା ହେଉଛି, ଅହିଧାରାରେ ବ୍ଲକର ଅନ୍ତର୍ଗତ ଏମିତି ଏକ ପଞ୍ଚାୟତ ରହିଛି ଯେପରିକି ରାଜା ସୋଇ ଥାନ୍ତି ଆଉ ମନ୍ତ୍ରୀ କାର୍ଜ୍ୟ ବାହାନାରେ ହରି ଲୁଟ କରିଥିବା ଅଭିଯୋଗ ହେଉଛି, ସାରା ପୃଥିବୀରେ ବର୍ତମାନ କରୋନା ପାଇଁ ଚିନ୍ତାରେ ଜନସାଧାରଣ ରହିଥିବାବେଳେ ବହୁ ଜୀବନ ଜୀବିକା ହରାଇ ବସିଲେନି, ଜୀବକକୁ ନେଇ ଚିନ୍ତାରେ କେନ୍ଦ୍ର ଓ ରାଜ୍ୟ ସରକାର ରହିଥିବାବେଳେ କରନାକୁ କିପରି ମୁକାବିଲା କରିବେ ସେ ନେଇ ବହୁ ବିଧି ଯୋଜନା କରିଛନ୍ତି, ଫଳରେ ସରକାର ପରିସଟିକୁ ଦୃଷ୍ଟିରେରଖି ସରପଞ୍ଚ ମାନଙ୍କୁ ଜିଲ୍ଲା ପାଳ କ୍ଷମତା ପ୍ରଦାନ କରିଛନ୍ତି, କେତେକ ସରପଂଚ ଏହି ପଦବୀକୁ କିଛି ସ୍ଥାନରେ ପ୍ରୟଗ କରି ସାଧାରଣ ଜନତାଙ୍କ ସ୍ୱାର୍ଥ ସାଧନା କରୁଥିବା ନଜିର ରହିଛି, କିନ୍ତୁ କେତେକ ସରପଂଚ ଏଥିରୁ ବେତିକ୍ରମକରି ନିଜସ୍ୱାର୍ଥ ସାଧନ କରୁଥିବା ଅଭିଯୋଗମାନ ହେଉଛି, ଏହିଧାରାରେ ଢେପାଗୁଡ଼ାପଞ୍ଚାୟତରେ ସରକାର ଗରିବଙ୍କ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରିଚାଲିଛନ୍ତି, ଗରିବ ରେସନ କାଡ଼ ଧାରୀକୁ ପ୍ରଥମେ ୩ମାସର ଚାଉଳ ମାଗଣାରେ ପ୍ରଦାନ କରାଯାଇଥିଲା, ପରବ୍ରତି ସମୟରେ ବର୍ତମାନ ଫୁଣି ଆଉ ୩ମାସ ମାଗଣା ଚାଉଳ ଦେଉଛନ୍ତି, ହେଲେ ସେ ଚାଉଳ ପାଇଁ କେତେ କଷ୍ଟ ପଡ଼ିବାକୁ ପଡ଼ିଥାୟ ସେଇଟା ଗୋଟେ ଗରିବ ଓ ଚାଷୀ ହିଁ ଜାଣିପାରିବ, ଏହି ଚାଉଳକୁ ଏବେ ଲୋକମାନେ ଟଙ୍କା ଦେଇ ନେଉ ଥିବା ଅଭିଯୋଗ ହେଉଛି, ଚାଉଳ ନେବା ବେଳେ ଏପରିକି ସାମାନ୍ୟ ତମ କୋଭିଡି ନିୟମ ମାନୁନଥିବା ଦେଖିବାକୁ ମିଳିଛି, ଏଠାକୁ ଚାଉଳ ନେବାକୁ ଆସୁଥିବା ଲୋକମାନେ ମାକ୍ସ ପିନ୍ଧୁନଥିବାବେ ସମାଜିକ ଦୂରତାକୁ ପଛରେ କିଏ, ଏହି ପଞ୍ଚାୟତରେ ୭ସହରୁ ଉର୍ଦ୍ଧ୍ବ ଜନସାଧାରଣ ବସବାସ କରନ୍ତି, ଏଠାକାର ସରପଞ୍ଚ ସାଧାରଣ ଜନତାଙ୍କୁ ସଚେତନ କରିବେ କଣ ତାଙ୍କର ଦେଖମିଳିବା ବି କଷ୍ଟ କରହୋଇପଡୁଛି, ହିତାଧିକାରୀଙ୍କ ନିମନ୍ତେ ଆସୁଥିବା ଚାଉଳ ଗରିବ ଲୋକଙ୍କୁ ଦେବା ବଦଳରେ ସରପଂଚଙ୍କ ସ୍ୱାମୀ ତାହା ବାହାରେ ବିକ୍ରି କରୁଥିବା ଅଭିଯୋଗ ହେଉଛି, ସରପଂଚଙ୍କ ଦେଖା ମିଳୁନଥିବାବେଳେ ଟଙ୍କା ସ୍ୱାମୀ ସରପଂଚଙ୍କ କାର୍ଜ୍ୟ ତୁଲାଉଛନ୍ତି, ଏପରିକି ମହିଳା ସଙ୍ଘକୁ ଚାଉଳ ବାଣ୍ଟିବା ପାଇଁ ଡାଇତୁୟ ଦିଆଯାଇଛି କିନ୍ତୁ ସେଠି ମହିଳା ସଙ୍ଘ ନୁହଁ ତାଙ୍କ ସ୍ୱାମୀ ମନେ ଚାଉଳ ବାଣ୍ଟୁଛନ୍ତି, ଏପରିକି ଗ୍ରାମସେବକ ମଧ୍ୟ ଏଠି ପାଟି ଖୋଲିଲେ ହେବନି, ଏଠୁ ସ୍ୱଷ୍ଟ ଜଣା ପଡୁଛି କରୋନାରେ ଆସିଥିବା ପ୍ରବାସୀଙ୍କଟଙ୍କା ଓ ଗରିବଙ୍କ ଟଙ୍କା ସବୁ ଚଳୁ କରାଯାଇଥିବା ପଞ୍ଚାୟତ ବାସୀ ଅଭିଯୋଗ କରିଛନ୍ତି, ଏ ବିଷୟରେ ସରପଞ୍ଚ ସରସ୍ୱତୀ ମଲିକଙ୍କୁ ଯୋଗାଯୋଗ କରିବାରୁ ତାଙ୍କ ସ୍ୱାମୀ ବିଜୟ କୁମାର ମଲିକ କହିଥିଲେ ଯେ ଯାକହିବାର ଅଛି ମତେ କୁହ ମୁ ସରପଞ୍ଚ, ନିର୍ବାଚିତ ସରପଂଚ ଥିବାବେଲେ ସରପଂଚଙ୍କ ପ୍ରତିନିଧି ତଥା ଟଙ୍କା ସ୍ୱାମୀ ଏପରି କହିବା କେତେ ଯୁକ୍ତିଯୁତ? ପଞ୍ଚାୟତରେ ଏପରି ବେଆଇନ କାର୍ଜ୍ୟ ଚାଲିଥିବା ସ୍ଥାନୀୟ ବିଡ଼ିଓ ବଂଶୀଧର ଖୁସଲାଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ଏପରି ଯଦି କିଛି ବେଆଇନ କାର୍ଜ୍ୟ ଚାଲିଛି ତେବେ ତାହାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ