୧୦ଲକ୍ଷ ପାଖାପାଖି ଆରୋଗ୍ୟହେଲେ

ନୂଆଦିଲ୍ଲୀ : କରୋନା ମୁକାବିଲା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟଗୁଡିକ ପକ୍ଷରୁ ଗ୍ରହଣ କରାଯାଇଥିବା ସମନ୍ୱିତ ‘ପରୀକ୍ଷା, ଚିହ୍ନଟ, ଚିକିତ୍ସା’ ରଣନୀତି ଯୋଗୁଁ ଦେଶରେ ଆକ୍ରାନ୍ତଙ୍କ ମୃତ୍ୟୁହାର ବିଶ୍ୱର ଅନ୍ୟ ଦେଶ ତୁଳନାରେ କମ୍‌ ରହିଛି । ଏହି ହାର ମଧ୍ୟ ନିରନ୍ତର କମିବାରେ ଲାଗିଛି । ସରକାରଙ୍କ ପକ୍ଷରୁ ବ୍ୟାପକଭାବେ ଲୋକଙ୍କ ପରୀକ୍ଷା ନିରୀକ୍ଷା କରାଯାଇ ସେମାନଙ୍କୁ ଚିକିତ୍ସା ବ୍ୟବସ୍ଥା ଯୋଗାଇଦେବା ସହ ସନ୍ଦିଗ୍ଧ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇ ପଦକ୍ଷେପ ନିଆଯିବା ଫଳରେ ଗତ ଏପ୍ରିଲଠାରୁ ଆକ୍ରାନ୍ତଙ୍କ ମୃତ୍ୟୁହାର ନିରନ୍ତର ହ୍ରାସ ପାଉଛି । ଏବେ ଏହା ୨.୨୩ ଶତାଂଶରେ ପହଞ୍ଚିଛି । ସରକାରୀଭାବେ ମିଳିଥିବା ତଥ୍ୟ ଅନୁସାରେ ମୋଟ ଆରୋଗ୍ୟ ଲାଭ କରିଥିବା ରୋଗୀଙ୍କ ସଂଖ୍ୟା ୧୦ଲକ୍ଷ ଛୁଇଁବାକୁ ଯାଉଛି ଏବଂ ଗତ ୨୪ଘଣ୍ଟା ମଧ୍ୟରେ ୩୫ହଜାର ସୁସ୍ଥ ହୋଇଛନ୍ତି । କରୋନା ମୃତ୍ୟୁହାରକୁ ଦେଖିଲେ ବର୍ତ୍ତମାନର ଏହି ୨.୨୩ ଶତାଂଶ ଗତ ଏପ୍ରିଲ ତୁଳନାରେ ସର୍ବନିମ୍ନ । ରୋଗ ନିୟନ୍ତ୍ରଣ ରଣନୀତି, ଚିକିତ୍ସା ସୁବିଧା, ରୋଗୀଙ୍କ ଯତ୍ନ ଓ ସେବା ବ୍ୟବସ୍ଥା ଏବଂ ହସ୍‌ପିଟାଲ ପରିଚାଳନା ମାନରେ ଉନ୍ନତି ଆଦି ପଦକ୍ଷେପ ଅଧିକରୁ ଅଧିକ ସଂଖ୍ୟକ ସଂକ୍ରମିତ ସୁସ୍ଥ ହେବାର ପ୍ରମୁଖ କାରଣ । କ୍ରମାଗତ ଷଷ୍ଠ ଦିନ ପାଇଁ ୩୦ ହଜାର କରୋନା ଆକ୍ରାନ୍ତ ଗୋଟିଏ ଦିନରେ ସାରା ଦେଶରେ ସୁସ୍ଥ ହୋଇଛନ୍ତି । ଆଜିସୁଦ୍ଧା ପ୍ରାୟ ୧୦ଲକ୍ଷ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଏବଂ ଗତ ୨୪ଘଣ୍ଟା ମଧ୍ୟରେ ମୋଟ ୩୫,୨୮୬ ରୋଗୀ ସୁସ୍ଥ ହେବା ପରେ ଘରକୁ ଫେରିଛନ୍ତି । ବର୍ତ୍ତମାନ ସୁଦ୍ଧା ଏହାକୁ ମିଶାଇ ମୋଟ ରୋଗମୁକ୍ତ ହୋଇଥିବା ଲୋକଙ୍କ ସଂଖ୍ୟା ୯ ଲକ୍ଷ ୮୮ ହଜାର ୦୨୯ରେ ପହଞ୍ଚିଛି । ଏହାଫଳରେ କରୋନା ଆକ୍ରାନ୍ତଙ୍କ ଆରୋଗ୍ୟଲାଭ ସଂଖ୍ୟା ୬୪.୫୧ ଶତାଂଶରେ ପହଞ୍ଚିଛି ଯାହା ଏ କ୍ଷେତ୍ରରେ ସର୍ବାଧିକ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ