ହୋଣ୍ଡା ୨ହ୍ୱିଲର୍ସ ପକ୍ଷରୁ ଚାରିଟି ମଡେଲ୍ ଉନ୍ମୋଚିତ

ନୂଆଦିଲ୍ଲୀ, (ଏଜେନ୍ସି): ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ଲିମିଟେଡ଼୍ ପକ୍ଷରୁ ୨୦୧୯ ପାଇଁ ଚାରିଟି ଆକର୍ଷଣୀୟ ମଡେଲ୍ ଉନ୍ମୋଚନ କରାଯାଇଛି । ୧୫୦ ସିସି ବର୍ଗରେ ଶ୍ରେଷ୍ଠ ବିକ୍ରି ହେଉଥିବା ମୋଟରସାଇକଲ୍ ସିବି ୟୁନିକର୍ଣ୍ଣକୁ ଏବିଏସ୍ (ଆଣ୍ଟି-ଲକ୍ ବ୍ରେକିଂ ସିଷ୍ଟମ୍) ସହ ଉନ୍ମୋଚନ କରାଯାଇଥିବା ବେଳେ ସିବି ସାଇନ୍ (ଡ୍ରମ୍ ଭାରିଆଣ୍ଟ୍), ସିଡି ଡ୍ରିମ୍ ଡିଏକ୍ସ ଓ ନାଭିକୁ କମ୍ବି ବ୍ରେକ୍ ସିଷ୍ଟମ୍ (ସିବିଏସ୍) ସହ ଇକ୍ୱିଲାଇଜରକୁ ନେଇ ଉନ୍ମୋଚନ କରାଯାଇଛି । ୨୦୧୯ ସିବି ୟୁନିକର୍ଣ୍ଣ ଏବିଏସ୍ ହେଉଛି ଗୁଣାତ୍ମକ ମାନ, ଆରାମ ଏବଂ ଶ୍ରେଣୀର ଉପଯୁକ୍ତ ମିଶ୍ରଣ । କେବଳ ଏବିଏସ୍ ନୁହେଁ, ଏଥିରେ ଟ୍ୟୁବଲେସ୍ ଟାୟାର, ଷ୍ଟାଇଲିସ ମିଟର କନସୋଲ ଏବଂ ସିଲ୍ ଚେନ୍ ସୁବିଧା ରହିଛି । ଏହି ମଡ଼େଲର ଏକ୍ସ ସୋ’ରୁମ୍ ମୂଲ୍ୟ (ଦିଲ୍ଲୀ) ୭୮,୮୧୫ ଟଙ୍କା ରହିଛି । ସିବି ସାଇନ୍ ସିବିଏସ୍ ହେଉଛି ସ୍ମାର୍ଟ ଏବଂ ଷ୍ଟାଇଲିସ୍ । ଏଥିରେ କମ୍ବି ବ୍ରେକ୍ ସହିତ ଇକ୍ୱିଲାଇଜର୍ ରହିଛି । ଏହାର ଏକ୍ସ ସୋ’ରୁମ୍ ମୂଲ୍ୟ (ଏକ୍ସ ସୋ’ରୁମ୍-ଦିଲ୍ଲୀ) ୫୮,୩୩୮ ଟଙ୍କା ରହିଛି । ୨୦୧୯ ସିଡି୧୧୦ ଡ୍ରିିମ୍ ଡିଏକ୍ସ ସିବିଏସ୍ରେ ମଧ୍ୟ କମ୍ବି ବ୍ରେକ୍ ସହିତ ଇକ୍ୱିଲାଇଜର୍ ରହିଛି । ଏହାବ୍ୟତୀତ ଏହି ମୋଟରସାଇକଲ୍ରେ ୫ ସ୍ପୋକ୍ ଆଲଏ ହ୍ୱିଲ, କ୍ରୋମ୍ ହ୍ୟାଣ୍ଡେଲ୍ ବାର୍ ଓ କ୍ୟାରିୟର୍, ପେଣ୍ଟେଡ୍ ଫ୍ରଣ୍ଟ୍ ଫେଣ୍ଡର୍, କାଉଲ ଓ ଟେଲ୍ କାଉଲ୍, କ୍ଲିୟର ୱିଙ୍କର ଓ ଗ୍ରାଫିକ୍ସ ରହିଛି । ଏହି ମଡ଼େଲ୍ର ମୂଲ୍ୟ (ଏକ୍ସ ସୋ’ରୁମ୍, ଦିଲ୍ଲୀ) ୫୦,୦୨୮ ଟଙ୍କା ରହିଛି । ୨୦୧୯ ନାଭି ସିବିଏସ୍କୁ କମ୍ବି ବ୍ରେକ୍ ସିଷ୍ଟମ୍ ସହ ଇକ୍ୱିଲାଇଜର୍ ଉନ୍ମୋଚନ କରାଯାଇଛି । ଏହାର ଏକ୍ସ ସୋ’ରୁମ୍ ମୂଲ୍ୟ ୪୭,୧୧୦ ଟଙ୍କା ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ