ଚୌଦ୍ୱାର ସହର ମଧ୍ୟରେ ହେବ ୫ଟି ଅଣ୍ଡର ପାସ

ଚୌଦ୍ୱାର, (ଦୀପକ୍ କୁମାର ବେଉରା):ଚୌଦ୍ୱାର ସହର ମଧ୍ୟରେ ଯାଇଥିବା ଜାତୀୟ ରାଜପଥ ୫୫ର ସମ୍ପ୍ରସାରଣ କାର୍ଯ୍ୟ କଟକ ସାଂସଦଙ୍କ ଅବଦାନ ସମ୍ପର୍କରେ ନଗର ବିଜେଡି ପକ୍ଷରୁ ଏକ ପ୍ରେସ ମିଟର ଆୟୋଜନ କରାଯାଇଥିଲା । ଚୌଦ୍ୱାର କଳାପ୍ରକାଶନୀ କ୍ଲବ ପରିସରରରେ ନଗର ବିଜେଡି ସଭାପତି ପ୍ରେମଚାନ୍ଦ ନାୟକଙ୍କ ଆବାହାକରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ ନଗର ଯୁବ ବିଜେଡି ସଭାପତି ବିଷ୍ଣୁଚରଣ ପରିଡା, ପୂର୍ବତନ ଉପ ନଗରପାଳ ଅଜୟ କୁମାର ବେହେରା , ରାମଚନ୍ଦ୍ର ନାୟକ ଉପସ୍ଥିତ ଥିଲେ । ଚୌଦ୍ୱାର ସହର ମଧ୍ୟ ଦେଇ ଜାତୀୟ ରାଜପଥ ୫୫ ଯାଇଛି ।ଏହି ରାସ୍ତାର ନୁଁଟିକିରୀ ଠାରୁ ଧୂମାବତୀ ପର୍ଯ୍ୟନ୍ତ କୌଣସି ଅଣ୍ଡର ପାସ ଓ ଫ୍ଲାଇ ଓଭର ର ବ୍ୟବସ୍ତା ନଥିଲା । ଫଳରେ ସହରର ୫୦ ହଜାର ଜନସାଧାରଣ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତେ ।ଏଥିପାଇଁ କଟକ ସାଂସଦ ଭର୍ତ୍ରୁହରି ମହତାବ ଙ୍କ ଉଦ୍ୟମ କ୍ରମେ ସହର ମଧ୍ୟରେ ନୁଁଟିକିରୀ, ଓଟିଏମ ବଜାର,ଗାନ୍ଧୀ ଛକ, କଳିଙ୍ଗ ଛକ, ଧୂମାବତୀ ନିକଟରେ ୫ଟି ଅଣ୍ଡର ପାସ ନିର୍ମାଣ କରିବାକୁ ଜାତୀୟ ରାଜପଥ ପ୍ରାଧିକରଣ କତ୍ତୃପକ୍ଷ ରାଜି ହୋଇଥିଲେ । ୪୩କୋଟି ୬୫ଲକ୍ଷ ଟଙ୍କାର ଏହି ପ୍ରକଳ୍ପକୁ ମଞ୍ଜୁରୀ ମଧ୍ୟ ମିଳିଯାଇଛି । ସାଂସଦ ଙ୍କ ଏହି ପ୍ରଚେଷ୍ଟା ସମ୍ପର୍କରେ ଏହି ପ୍ରେସ ମିଟ ଆୟୋଜନ କରାଯାଇଥିଲା ।ଅନ୍ୟ ମାନଙ୍କ ମଧ୍ୟରେ ନଗର ଯୁବ ବିଜେଡି ସଭାପତି ବିଷ୍ଣୁଚରଣ ପରିଡା, ପୂର୍ବତନ ଉପନଗରପାଳ ଅଜୟ କୁମାର ବେହେରା, ରାମଚନ୍ଦ୍ର ନାୟକ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ